Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଆଜି ବାତ୍ୟାର ରୂପ ନେବ ଅବପାତ

ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି

ସକ୍ରିୟ ହେଉଛି ଗଭୀର ଅବପାତ। କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା। ପୁରୀଠୁ ଦକ୍ଷିଣ ପୂର୍ବ ଦିଗରେ ୧୧୦୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ଏହା ଘଣ୍ଟାକୁ ୧୩ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତିକରୁଛି । ସେହିପରି ଆଜି ବାତ୍ୟାର ରୂପ ନେବା ସହ ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ। ବାତ୍ୟାର ରୂପ ନେବା ପରେ ସମୁଦ୍ର ଭିତରେ ଏହାର ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ ବହିବ ।

ଉତ୍ତର ପଶ୍ଚିମ ଦିଗରେ ଗତିକରୁଥିବା ଅବପାତ ୧୦ ତାରିଖରୁ ଦିଗ ପରିବର୍ତ୍ତନ କରିବ । ତେବେ ଏହି ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ସ୍ଥଳଭାଗରୁ ୨୫୦ କିମି ଦୂରରେ ଅତିକ୍ରମ କରିବ ବାତ୍ୟା । ପ୍ରଭାବରେ ୧୦ ତାରିଖରୁ ଦୁଇ ଦିନ ଧରି ଓଡିଶା ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସବୁ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Show More

Related Articles

Back to top button