ଓଡ଼ିଶାମୁଖ୍ୟ ଖବର

ଆକାଶଛୁଆଁ ହେଲାଣି ଟମାଟୋ ଦର

ଓଡ଼ିଆ ମାସ ଅନୁଯାୟୀ ବର୍ତ୍ତମାନ ଚାଲିଛି ପବିତ୍ର କାର୍ତ୍ତିକ ମାସ । କଥାରେ ଅଛି ଏଇ ମାସରେ ବଗ ମଧ୍ୟ ଆମିଷ ଖାଇବାକୁ କୁଣ୍ଠାବୋଧ କରେ । ଏଇ ମାସରେ ଓଡ଼ିଶାରେ ପ୍ରାୟତଃ ଲୋକ ଆମିଷ ଖାଆନ୍ତି ନାହିଁ । ତେଣୁ ବର୍ତ୍ତମାନ ଘରେ ଘରେ ପନିପରିବାର ଚାହିଦା ଅଧିକ ରହିଛି । କିନ୍ତୁ କାର୍ତ୍ତିକ ମାସ ଆରମ୍ଭ ହେଉ ହେଉ ପରିବା ଦର ଆକାଶଛୁଆଁ ହେଲାଣି । ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି ।

ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ସୂଚନାନୁସାରେ, ଦେଶରେ ଦୀର୍ଘ ଦିନର ମୌସୁମୀ ବର୍ଷା ଯୋଗୁଁ ଟମାଟୋ ଫସଲ ନଷ୍ଟ ହୋଇଯାଇଥିଲା ଯାହା ଫଳରେ ସ୍ଥାନୀୟ ବଜାରକୁ ସ୍ୱଳ୍ପ ଯୋଗାଣ ହୋଇଥିଲା । ପ୍ରାୟ ୧୦ରୁ ୧୫ ଟ୍ରକ୍ ଯୋଗାଣ ବଦଳରେ ପ୍ରତିଦିନ ପ୍ରାୟ ୫ ଟ୍ରକ୍ ଟମାଟୋ ସହରକୁ ଆସୁଛି । ଅଧିକ ଚାହିଦା ଏବଂ ସ୍ୱଳ୍ପ ଯୋଗାଣ ଯୋଗୁ ଏହାର ମୂଲ୍ୟରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି ।

Show More

Related Articles

Back to top button