ଓଡ଼ିଶାଶିକ୍ଷା

ଆସନ୍ତାକାଲିଠୁ ଶ୍ରେଣୀ ଗୃହରେ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଅଫଲାଇନରେ ପଢ଼ିବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ । ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟ୍ୟାହ୍ନ ୧୨.୩୦ ପର୍ଯ୍ୟନ୍ତ ଚାଲିବ ପାଠପଢା । ଉଭୟ ଅଫ୍‌ଲାଇନ ଏବଂ ଅନ୍‌ଲାଇନରେ ପଢିପାରିବେ ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ଅଫଲାଇନରେ ପଢ଼ିବେ ସେମାନେ ସେମାନଙ୍କର ଅଭିଭାବକଙ୍କ ଅନୁମତି ଆଣିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବନାହିଁ । ତାହା ବଦଳରେ ଛାତ୍ରୀଛାତ୍ରଙ୍କୁ ପୂର୍ବ ଭଳି ଶୁଖିଲା ରାସନ ପ୍ରଦାନ କରାଯିବ । କୋଭିଡ୍‌ ନିୟମବଳୀ ଓ ସାମାଜିକ ଦୂରତା ଅନୁସରଣ କରି ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲିବା ସହ ହଷ୍ଟେଲ ମଧ୍ୟ ଖୋଲାଯିବ । ସେହିପରି ହଷ୍ଟେଲରେ ମଧ୍ୟ ରହିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଭିଭାବକଙ୍କ ଅନୁମତି ଆଣିବେ ।

Show More

Related Articles

Back to top button