ଦେଶମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

କରୋନା ପରେ ଚିନ୍ତାର ବିଷୟ ପାଲଟିଛି ଟମାଟୋ ଫ୍ଲୁ

୫ ବର୍ଷରୁ କମ୍ ବୟସର ଶିଶୁ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ପରେ ଏବେ ଚିନ୍ତାର ବିଷୟ ପାଲଟିଛି ଟମାଟୋ ଫ୍ଲୁ । କେରଳ ଏବଂ ତାମିଲନାଡୁର ବିଭିନ୍ନ ଜିଲ୍ଲାରେ ଏହି ଟମାଟୋ ଫ୍ଲୁ ଚିହ୍ନଟ ହୋଇଥିବାବେଳେ ଏଥିପାଇଁ ସାରା ଦେଶରେ ବର୍ତ୍ତମାନ ହାଇ ଆର୍ଲଟ ଜାରି ହୋଇଛି । ଏହା ଏକ ସଂକ୍ରାମକ ରୋଗ ଅଟେ । ଏହା ସହିତ ଟମାଟୋର କୌଣସି ସାମଞ୍ଜସ୍ୟ ନାହିଁ । ଧୀରେ ଧୀରେ ଏହି ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି । ବିଶେଷ କରି କେରଳର କୋଲାମ୍ ଜିଲ୍ଲାରେ ୮୦ରୁ ଊର୍ଦ୍ଧ୍ବ ‘ଟମାଟୋ ଫ୍ଲୁ’ ମାମଲା ଚିହ୍ନଟ ହୋଇଛି।

ଏହି ରୋଗ ୫ ବର୍ଷରୁ କମ୍ ବୟସର ଶିଶୁଙ୍କୁ ଆକ୍ରାନ୍ତ କରୁଛି ଏବଂ ଛୋଟ ପିଲାଙ୍କ ଦେହରେ ନାଲି ହୋଇ ଠିକ୍ ଟମାଟୋ ପରି ଫୁଲି ଯାଉଛି ଯାହାଫଳରେ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଉଛି । ଏଥିରେ ଚର୍ମ କୁଣ୍ଡାଇ ହେବା , ପ୍ରବଳ ଜ୍ବର , ଦେହ ଘୋଳାବିନ୍ଧା , ପତଳା ଝାଡା, ବାନ୍ତି ଏବଂ ସହ ଆଣ୍ଠୁ ଗଣ୍ଠି ଫୁଲିଯାଉଥିବା ପରି ଲକ୍ଷଣମାନ ଦେଖା ଦେଉଛି ।

ଟମାଟୋ ଫ୍ଲୁର ଚିକିତ୍ସା ଲାଗି ୨୪ ସଦସ୍ୟ ବିଶିଷ୍ଚ ଟିମ୍ ଗଠନ କରା ଯାଇଛି ଏବଂ ନମୁନା ସଂଗ୍ରହ କରିବା ସହ ପରୀକ୍ଷଣ ଜାରି ରହିଛି । ଏହାର ନିରାକରଣ ପାଇଁ ପିଲାଙ୍କୁ ପରିସ୍କାର ଓ ପରିଚ୍ଛନ ରଖିବା ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଳକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

Show More

Related Articles

Back to top button