Breaking PLUSଆଇନ କାନୁନଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଜାରି ହେଲା ବିଜ୍ଞପ୍ତି । ଜୁନ ୧୦ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ । ମେ ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୧୦ରେ ଓଡ଼ିଶାର ୩ଟି ଆସନ ପାଇଁ ନିର୍ବାଚନ ହେବ । ମେ ୩୧ ରେ ରାଜ୍ୟସଭା ନିର୍ବାଚନ ନିମନ୍ତେ ନାମାଙ୍କନ ଦାଖଲର ଶେଷ ଦିନ । ୧ ଜୁନରେ ହେବ ପ୍ରାର୍ଥିପତ୍ର ଯାଞ୍ଚ । ଜୁନ ୩ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ଏବଂ ଜୁନ ୧୦ରେ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଜୁନ ୧୩ସୁଦ୍ଧା ଶେଷ ହେବ ନିର୍ବାଚନ ପ୍ରକ୍ରିୟା । ଓଡ଼ିଶାର ଏନ ଭାସ୍କର ରାଓ, ସସ୍ମିତା ପାତ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କର କାର୍ଯ୍ୟକାଳ ସରୁଛି । ଜୁଲାଇ ୧ରେ ୩ଜଣଙ୍କର କାର୍ଯ୍ୟକାଳ ସରୁଛି । ୨୮ ଜୁନ ୨୦୧୯ ରେ ଦାୟିତ୍ୱ ନେଇଥିଲେ ସସ୍ମିତା ପାତ୍ର । ୨ ଜୁଲାଇ ୨୦୧୬ରେ ଦାୟିତ୍ୱ ନେଇଥିଲେ ଭାସ୍କର ରାଓ । ସେହିପରି ୨ ଜୁଲାଇ ୨୦୧୬ରେ ଦାୟିତ୍ୱ ନେଇଥିଲେ ପ୍ରସନ୍ନ ଆଚାର୍ଯ୍ୟ । କାର୍ଯ୍ୟକାଳ ସରୁଥିବା ସମସ୍ତ ଆସନରେ ହିଁ ଅନୁଷ୍ଠିତ ହେବ ନିର୍ବାଚନ ।

Show More

Related Articles

Back to top button