ଓଡ଼ିଶାମୁଖ୍ୟ ଖବର

ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୫୦ତମ ସମାବର୍ତ୍ତନ ଉତ୍ସବ

ମୁଖ୍ୟ ଅତିଥି ଭାବେ ଯୋଗଦେବେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ । ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୦ ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିପାଇଁ ବାଣିବିହାରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ବବିଦ୍ୟାଳୟ କୁଳପତି ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଡିସିପି। କ୍ୟାମ୍ପସ ଭିତରେ ଓ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ସେପଟେ କୋଭିଡ କଟକଣା ତଦାରଖ କରିଛି ବିଏମସି । ସମାବର୍ତ୍ତନ ହଲକୁ କରାଯାଇଛି ବିଶୋଧନ । ଏହା ସହ ଉପରାଷ୍ଟ୍ରପତିଙ୍କ ନିକଟରେ ବସିବାକୁ ଥିବା ବ୍ୟକ୍ତିଙ୍କ ବିଶେଷଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି । ଉତ୍ସବରେ ସାମିଲ ହେବାକୁ ଥିବା ଅତିଥି ଛାତ୍ରଛାତ୍ରୀଙ୍କର ମଧ୍ୟ ଆଣ୍ଟିଜେନ୍ ଟେଷ୍ଟ ହୋଇଛି ।

ସମାବର୍ତ୍ତନ ଉତ୍ସବରେ ୫ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ, ୨୦୧୯-୨୦ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ଓ ସ୍ବର୍ଣ୍ଣପଦକ ପ୍ରଦାନ କରିବେ ଉପରାଷ୍ଟ୍ରପତି । ସେଠାରୁ ରାଜଭବନ ଫେରି ଅପରାହ୍ନରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ଉପରାଷ୍ଟ୍ରପତି ।ଶୁକ୍ରବାର ଅପରାହ୍ନରେ କଟକ ଗସ୍ତ କରି ଆଦିକବି ଶାରଳା ଦାସଙ୍କ ୬୦୦ ତମ ଜୟନ୍ତୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଉପରାଷ୍ଟ୍ରପତି। ପ୍ରତ୍ୟେକ ରାଜ୍ୟରେ ମାତୃଭାଷାକୁ ପ୍ରାଧାନ୍ୟ ଦିଆଯିବା ଦରକାର । ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ବିଦ୍ୟାଳୟ ଶିକ୍ଷା ମାତୃଭାଷା ବା ସ୍ଥାନୀୟ ଭାଷାରେ ହେବା ଆବଶ୍ୟକ । କଟକ ସାରଳା ଭବନରେ ଆୟୋଜିତ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ଅବସରରେ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡ଼ୁ ।

Show More

Related Articles

Back to top button