ମନୋରଞ୍ଜନ

୪୭ ବର୍ଷରେ ପାଦ ଥାପିଲେ ଡ୍ୟାନ୍ସ ମହାଗୁରୁ ପ୍ରଭୁଦେବା

ଗତ ୩୨ ବର୍ଷ ଧରି ବଲିଉଡ ଓ ଟଲିଉଡରେ ରାଜ୍ କରୁଛନ୍ତି ଏହି ଭର୍ସାଟାଇଲ୍ ପର୍ସନ

୪୭ ବର୍ଷରେ ପାଦ ଥାପିଲେ ଡ୍ୟାନ୍ସ ମହାଗୁରୁ ପ୍ରଭୁଦେବା । ଏକାଧାରାରେ ଜଣେ ଅଭିନେତା, ନିର୍ଦ୍ଦେଶକ, ଡ୍ୟାନ୍ସର ଓ ପ୍ରଯୋଜକ ମଧ୍ୟ । ଗତ ୩୨ ବର୍ଷ ଧରି ବଲିଉଡ ଓ ଟଲିଉଡରେ ରାଜ୍ କରୁଛନ୍ତି ଏହି ଭର୍ସାଟାଇଲ୍ ପର୍ସନ । ୧୯୭୩ ଆଜିର ଦିନରେ କର୍ଣ୍ଣାଟକର ମହୀଶୂରରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇ ଥର ଜାତୀୟ ପୁରସ୍କାର ପାଇଥିବା ଏହି ଅଭିନେତାଙ୍କୁ ତଥା ଡ୍ୟାନ୍ସ ଗୁରୁଙ୍କୁ ୨୦୧୯ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

୧୯୯୦ ରୁ ୨୦୦୦ ଯାଏଁ ସେ ଅଭିନୟ ଜରିଆରେ ବେଶ୍ ଆଦୃତ ହୋଇଥିଲେ । ନିଜର ଡ୍ୟାନ୍ସ ପାଇଁ ସେ ସଦା ସର୍ବଦା ବଲିଉଡ, ଟଲିଉଡ ଓ ହଲିଉଡରେ ଫେମସ୍ । ତାଙ୍କ ଅଭିନୀତ ବଲିଉଡ ଚଳଚିତ୍ର ସବୁ ଚାର୍ଟ ବଷ୍ଟରରେ ହିଟ୍ ସାବ୍ୟସ୍ତ ହୋଇଛି । ତାଙ୍କର ନାଚ ତାଙ୍କୁ ଏତେ ଲୋକପ୍ରିୟତା ଆଣିଦେଇଛି ଯେ ସେ ଲୋକଙ୍କ ନିକଟରେ ଜୁନିୟର ମାଇକେଲ୍ ଜ୍ୟାକସନ ଭାବେ ପରିଚିତ ।

Show More

Related Articles

Back to top button