ଦେଶ ବିଦେଶ

ଗରୁଡ଼ ପୁରାଣ ଅନୁସାରେ ଜୀବନରେ ଉନ୍ନତି କରିବାକୁ ଚାହୁଁଥିଲେ ଏହି ୪ଟି କଥାକୁ ଧ୍ୟାନ ଦିଅନ୍ତୁ

ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ବିଶେଷ ମହତ୍ୱ ଅଛି l ୧୮ ଟି ମହାପୁରାଣ ମଧ୍ୟରୁ ଏହି ଗୋଟିଏ ପୁରାଣରେ ସ୍ୱର୍ଗ ,ନର୍କ ,ପାପ – ପୁଣ୍ୟ ,ମୃତ୍ୟୁ ବିଷୟରେ କୁହାଯାଇଛି l ଏଥିରେ କିଛି ଏଭଳି ନୀତି ବିଷୟରେ କୁହାଯାଇଛି ଯାହା ଆପଣଙ୍କ ଜୀବନର ସମସ୍ତ ସମସ୍ତ ଅସୁବିଧାକୁ ଦୁରେଇ ରଖିବ

କେବଳ ଏତିକି ନୁହେଁ ଏହି ନିୟମକୁ ମାନିବl ଦ୍ୱାରା ବ୍ୟକ୍ତି ଉନ୍ନତି ଓ ସମୃଦ୍ଧି ଆଡକୁ ଅଗ୍ରସର ହେବ l ଏହି ପୁରାଣରେ କିଛି ଏଭଳି ତଥ୍ୟ ଦିଆଯାଇଛି ଯାହା ଆପଣଙ୍କ ଉନ୍ନତିରେ ବାଧା ଉପୁଜାଇବ l ଯଦି ଆପଣଙ୍କ ଭିତରେ ଏଭଳି କିଛି ଅଭ୍ୟାସ ରହିଛି ତେବେ ଆଜିହିଁ ପରିବର୍ତନ କରନ୍ତୁ l

* କ୍ରୋଧ – କୁହାଯାଏ ଯେ କ୍ରୋଧ ଏଭଳି ଅଭ୍ୟାସ ଯାହା ଗୋଟିଏ ସୁନ୍ଦର ପରିବାରକୁ ନଷ୍ଟ କରିଦେଇଥାଏ l ତେଣୁ ବ୍ୟକ୍ତିକୁ ଯେ କୌଣସି କଥାକୁ ନେଇ କ୍ରୋଧ କରିବା ପୂର୍ବରୁ ପ୍ରଥମେ ଆଗ କଥା ଭାବିବା ଆବଶ୍ୟକ l ଏହା ଦ୍ୱାରା ଆପଣ ଶାନ୍ତ ରହିବେ ଓ ସବୁ ବିଷୟରେ ସ୍ଥିର ମନରେ ଭଲ ଚିନ୍ତା କରି ପାରିବେ l

* ଆଳସ୍ୟ – ଉନ୍ନତିର ସବୁଠୁ ବଡ଼ ଶତ୍ରୁ ଆଳସ୍ୟ ଅଟେ l ତେଣୁ ସମୟ ଥିବା ଭିତରେ ଆପଣ ଯଦି ଏହାକୁ ଦୂର କରିପାରିବେ ତେବେ ଆପଣଙ୍କ ଜୀବନ ଉନ୍ନତ ହୋଇଯିବ l ଆଳସ୍ୟ ଠାରୁ ରକ୍ଷା ପାଇଲେ ଆପଣ ମାନସିକ ଓ ଶାରୀରିକ ଭାବରେ ସୁସ୍ଥ ରହିବେ l

* ଅସୁରକ୍ଷା ଭାବନା – ଯଦି ଆପଣଙ୍କ ମନରେ ଅସୁରକ୍ଷା ଭାବନା ରହୁଛି ତେବେ ତାହାକୁ ତୁରନ୍ତ ଦୂର କରନ୍ତୁ l କାରଣ ଆପଣ ଏହି ଭାବନା ଦ୍ୱାରା ଅଧିକାଂଶ ସମୟ ସଠିକ ନିର୍ଣ୍ଣୟ ନେଇ ପାରନ୍ତି ନାହିଁ l ଯେଉଁ କାରଣରୁ ଆପଣଙ୍କ ଆତ୍ମ ବିଶ୍ୱାସ ଦୁର୍ବଳ ହୋଇଯାଏ l ଜୀବନରେ ଯେ କୌଣସି ନିର୍ଣ୍ଣୟ ନେଉଛନ୍ତି ଦୃଢ ମନୋବଳ ସହିତ ନେବା ଆବଶ୍ୟକ l

* ଚିନ୍ତା – ଚିନ୍ତା ଗୋଟିଏ ଏଭଳି ରୋଗ ଯାହା ଆଗକୁ ଯାଇ ଚିତାର କାରଣ ହୋଇଥାଏ l ଏହି ବିଷୟରେ ଆମେ ଖୁବ ଭଲରେ ଜାଣିଛୁ , ତଥାପି ଛୋଟ ଛୋଟ କଥାକୁ ନେଇ ଚିନ୍ତା କରିଥାଉ l ଏହା ଆମ ଶାରୀରିକ ଓ ମାନସିକ ଭାବରେ ପ୍ରଭାବ ପକାଇଥାଏ l ଏହାଦ୍ୱାରା ଆପଣଙ୍କ ମନ କୌଣସି କାମରେ ଲାଗି ନଥାଏ l

Show More

Related Articles

Back to top button