Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ସୁନ୍ଦରଗଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଲୋକାର୍ପଣ କରିବେ ୪୫୦୦ କୋଟିର ପ୍ରକଳ୍ପ

ସୁନ୍ଦରଗଡ଼ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଯାଉଛନ୍ତି। ସେଠାରେ ସେ ପ୍ରାୟ ୪୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହିତ କେତେକ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି।

ସୁନ୍ଦରଗଡ଼ ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଯାଉଛନ୍ତି। ସେଠାରେ ସେ ପ୍ରାୟ ୪୫୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହିତ କେତେକ ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ବୋଲି ସୂଚନା ମିଳିଛି। ୩ଦିନ ପୂର୍ବରୁ ସଂଖ୍ୟାଧିକ ମନ୍ତ୍ରୀ ଓ ବିଧାୟକ ସୁନ୍ଦରଗଡ଼ ଜିଲାରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଦଳର ସାଂଗଠନିକ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରୁ ମଙ୍ଗଳବାର ପୂର୍ବାହ୍ନ ୧୦.୧୦ରେ ହେଲିକପ୍ଟରରେ ରାଉରକେଲା ଯିବେ। ସେଠାରେ ବିପିୟୁଟି ନିକଟସ୍ଥ ପଡ଼ିଆରେ ସମସ୍ତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ସହ ସଭାକାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯାଇଛି। ୧୨୦ଟି ସ୍ଥାନରେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ସାରି ସେ ଅପରାହ୍ଣ ୨ଟା ସୁଦ୍ଧା ଭୁବନେଶ୍ବର ଫେରି ଆସିବେ।

Show More

Related Articles

Back to top button