Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ସରସ୍ୱତୀ ପୂଜା ଅର୍ଥାତ ବସନ୍ତ ପଞ୍ଚମୀ ଉପଲକ୍ଷେ ଉତ୍ସବମୁଖର ପୁରପଲ୍ଲୀ

ଆଜି ପବିତ୍ର ସରସ୍ୱତୀ ପୂଜା ଅର୍ଥାତ ବସନ୍ତ ପଞ୍ଚମୀ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀ ରୁ ସହର । ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଆରାଧ୍ୟ ଦେବୀ ମା ସରସ୍ୱତୀଙ୍କ ପୂଜା କରାଯାଏ

ଆଜି ପବିତ୍ର ସରସ୍ୱତୀ ପୂଜା ଅର୍ଥାତ ବସନ୍ତ ପଞ୍ଚମୀ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ପଲ୍ଲୀ ରୁ ସହର । ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିରେ ଆରାଧ୍ୟ ଦେବୀ ମା ସରସ୍ୱତୀଙ୍କ ପୂଜା କରାଯାଏ । ଜ୍ଞାନ ଓ ବୁଦ୍ଧିଦାତ୍ରୀ ମା ସରସ୍ୱତୀଙ୍କ ଏହି ପୂଜା କଳାକାର ଓ ଛାତ୍ରଛାତ୍ରୀଙ୍କ ପାଇଁ ଅତି ମହତ୍ୱପୂର୍ଣ୍ଣ । ବିଦ୍ୟାପ୍ରାପ୍ତି ପାଇଁ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜା କରାଯାଏ । ମା ବୀଣାପାଣି କଣ୍ଠ ପ୍ରଦାନ କରିଥାନ୍ତି ।

ଜ୍ଞାନ ଦାୟିନୀ ମା ସରସ୍ୱତୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟା, ଜ୍ଞାନ,ଧନ ଆଦି ପ୍ରଦାନ କରିଥାନ୍ତି । ପ୍ରତି ଶିକ୍ଷାନୁଷ୍ଠାନରେ ବସନ୍ତ ପଞ୍ଚମୀ ଦିନରେ ମା ସରସ୍ୱତୀଙ୍କ ପ୍ରତିମା ବସାଇ ପୂଜା କରାଯାଏ । ଛାତ୍ରଛାତ୍ରୀ ପୂଜାସ୍ଥାନକୁ ଅତି ସୁନ୍ଦର ଭାବେ ସଜାଇଥାନ୍ତି । ପୁଷ୍ପମାଳା ସୁଶୋଭିତ ଦେବୀଙ୍କ ମୂର୍ତ୍ତି ଘଣ୍ଟ, ଘଣ୍ଟା ଏବଂ ଶଙ୍ଖ ଆଦି ବାଦ୍ୟ ବାଦନ ମଧ୍ୟରେ ପୂଜିତ ହୁଅନ୍ତି । କୁନ୍ଦପୁଷ୍ପ ଦେବୀ ସରସ୍ୱତୀଙ୍କର ଅତି ପ୍ରିୟ । ଭୋଗ ଭାବେ ଖଇ, ଉଖୁଡ଼ା, ନଡ଼ିଆ ଆଦି ବଢ଼ାଯାଇଥାଏ । ଏହି ଦିନ ଛାତ୍ରଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରନ୍ତି । ମା ସରସ୍ୱତୀଙ୍କୁ ପୂଜା କରି ପୁଷ୍ପାଞ୍ଜଳୀ ଦେଇଥାନ୍ତି ଓ ସେଯାଏଁ ଉପବାସ ମଧ୍ୟ ରଖନ୍ତି । ମା ପ୍ରସନ୍ନ ହୋଇ ଛାତ୍ରଛାତ୍ରୀଙ୍କ ଜ୍ଞାନ ପ୍ରଦାନ କରିଥାନ୍ତି ।

ପୌରାଣିକ କଥାବସ୍ତୁ ଅନୁସାରେ ସୃଷ୍ଟିର ଉତ୍ପତ୍ତି କରିଥିବା ଭଗବାନ ବ୍ରହ୍ମା ଧରିତ୍ରୀରେ ବିଭିନ୍ନ ଜୀବଜନ୍ତୁ ଏବଂ ମନୁଷ୍ୟ ରଚନା କରିଥିଲେ । କିନ୍ତୁ ରଚନା କରିସାରିବା ପରେ ବ୍ରହ୍ମା ଏଥିରେ ସନ୍ତୁଷ୍ଟ ନଥିଲେ । କାରଣ ଧରିତ୍ରୀର ବାତାବାରଣ ନିରସ୍ ଏବଂ ଶାନ୍ତ ଥିଲା । ବ୍ରହ୍ମା, ବିଷ୍ଣୁଙ୍କର ଅନୁମତି ନେଇ ଧରିତ୍ରୀକୁ ଜଳ ପ୍ରେରଣ କଲେ । ଜଳ ପୃଥିବୀରେ ପଡ଼ିବା କ୍ଷଣି ପୃଥିବୀରେ କମ୍ପନ ସୃଷ୍ଟି ହୋଇଥିଲା । ଏହି କମ୍ପନରେ ଚତୁର୍ଭୁଜଧାରୀ, ଶକ୍ତି ସ୍ୱରୂପଣୀ ଜଣେ ଦେବୀ ପ୍ରକଟ ହୋଇଥିଲେ । ତାଙ୍କର ଗୋଟିଏ ହାତରେ ବୀଣା ଥିଲା, ଆଉ ଗୋଟିଏ ହାତରେ ବର ମୁଦ୍ରା ଏବଂ ଅନ୍ୟ ହାତରେ ପୁସ୍ତକ ଓ ମାଳା ଥିଲା । ବ୍ରହ୍ମା, ଏହି ଦେବୀଙ୍କୁ ବୀଣା ବଜାଇବାକୁ କହିଥିଲେ । ବୀଣା ବାଜିବା କ୍ଷଣି ଜୀବଜନ୍ତୁ ଏବଂ ମଣିଷଙ୍କ ମନରେ ସନ୍ତୋଷ ଭରିଗଲା । ସେବେଠାରୁ ଏହି ଦେବୀଙ୍କୁ ମା ସରସ୍ୱତୀ ବୋଲି କୁହାଗଲା ।

Show More

Related Articles

Back to top button