Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ବାଘ ଚମଡ଼ା ଜବତ, ୨ ଶିକାରୀ ଗିରଫ

ପୁଣି ଜବତ ହୋଇଛି ବାଘ ଚମଡ଼ା । କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ(ଏସ୍‌ଟିଏଫ୍‌) ପୁଣି ଏକ ବାଘ ଚମଡ଼ା ଜବତ କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆପଡ଼ା ଖରିଆରର ସବର୍ବାନ୍‌ ସିଂହ ଓ ସିନାପଲ୍ଲୀର ସମନସିଂହ ମାଝି ।

ପୁଣି ଜବତ ହୋଇଛି ବାଘ ଚମଡ଼ା । କ୍ରାଇମ୍‌ବ୍ରାଞ୍ଚର ସ୍ପେଶାଲ ଟାସ୍କ୍‌ ଫୋର୍ସ(ଏସ୍‌ଟିଏଫ୍‌) ପୁଣି ଏକ ବାଘ ଚମଡ଼ା ଜବତ କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆପଡ଼ା ଖରିଆରର ସବର୍ବାନ୍‌ ସିଂହ ଓ ସିନାପଲ୍ଲୀର ସମନସିଂହ ମାଝି । ଏନେଇ ଏସ୍‌ଟିଏଫ୍‌ ଥାନା କେସ୍‌ ନଂ-୮/୨୧ରେ ଏକ ମାମଲା ରୁଜୁ କରିଛି । ୨ ଶିକାରୀଙ୍କୁ ଏସ୍‌ଟିଏଫ୍‌ ସିନାପାଲି ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଜବତ କଲାରାପତରିଆ ବାଘ ଚମଡ଼ାକୁ ପରୀକ୍ଷା ପାଇଁ ଡେରାଡୁନ୍‌ ସ୍ଥିତ ୱାଇଲ୍ଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆକୁ ପଠାଯିବ ବୋଲି ଏସ୍‌ଟିଏଫ୍‌ ପକ୍ଷରୁ କୁହାଯାଇଛି । ଗତ ୮ ତାରିଖରେ ଏସଟିଏଫ୍‌ କେନ୍ଦୁଝରରୁ ବାଘ ଚମଡ଼ା ଓ ହାତୀ ଦାନ୍ତ ଜବତ କରିବା ସହ ୩ ତସ୍କରଙ୍କୁ ଗିରଫ କରିଥିଲା । ଏସ୍‌ଟିଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବାଘ ଶିକାର ବଢ଼ି ଚାଲିଥିବାବେଳେ ଏଥିରେ ରୋକ ଲଗାଇବାକୁ ଏସ୍‌ଟିଏଫ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ନୂଆପଡ଼ାରେ ବାଘ ଶିକାରୀ ମାତିଥିବା ଖବର ମିଳିବା ପରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ନୂଆପଡ଼ାରେ ଡେରା ପକାଇଥିଲା । ସବର୍ବାନ ଓ ସମନସିଂହ ଏକ କଲରାପତରିଆ ବାଘ ଛାଲ ଡିଲ୍‌ ପାଇଁ ଯୋଜନା କରୁଥିବା ଏସ୍‌ଟିଏଫ୍‌ ଟିମ୍‌ ଜାଣିବାକୁ ପାଇଥିଲା । ଦୁଇ ଶିକାରୀ ଗତକାଲି ସନ୍ଧ୍ୟାରେ ସିନାପାଲି ଥାନା ଅନ୍ତର୍ଗତ ପଳାସପଦା ଛକରେ ବେପାରୀଙ୍କୁ ଅପେକ୍ଷା କରିଥିଲାବେଳେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ୨ ଜଣଙ୍କୁ କାବୁ କରିଥିଲା । ୨ ଜଣଙ୍କ ଠାରୁ ଗୋଟିଏ ବାଘ ଛାଲ ଓ ଅନ୍ୟନ୍ୟ ସାମଗ୍ରୀ ଜବତ ହୋଇଥିଲା । ତେଣୁ ଏସ୍‌ଟିଏଫ୍‌ ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଜେରାବେଳେ ସେମାନେ କେଉଁଠାରୁ ବାଘ ଛାଲ ଆଣିଲେ ଓ ସେମାନେ ନିଜେ ଶିକାର କରିଛନ୍ତି ବା କାହା ଦ୍ୱାରା ଶିକାର କରାଇଛନ୍ତି ସେ ନେଇ କୌଣସି ସୂଚନା ଦେଇ ନଥିଲେ ।

Show More

Related Articles

Back to top button