ଓଡ଼ିଶାପାଣିପାଗ

ଆଜି ଲଘୁଚାପର ରୂପ ନେଇପାରେ ସୃଷ୍ଟ ଘୂର୍ଣ୍ଣିବଳୟ,ପ୍ରଭାବରେ ୮ ଓ ୯ରେ ବର୍ଷା ସମ୍ଭାବନା

ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆଜି ଲଘୁଚାପର ରୂପ ନେଇପାରେ । ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୮ ଓ ୯ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ । ସେହିପରି ଗଜପତି ଓ ରାୟଗଡାରେ ଅଧିକ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ.ଶରତ ସାହୁ  ।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଭଳି ଜିଲ୍ଲାରେ ବର୍ଷା ସମ୍ଭାବନା ଅଛି । ୮ ତାରିଖ ବିଳମ୍ବିତ ରାତିରେ ବର୍ଷା ଆରମ୍ଭ ହୋଇଯିବ । ୯ରେ ଏ ସବୁ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ରାୟଗଡ଼ା ଓ ଗଜପତିରେ ଅଧିକ ବର୍ଷା ହୋଇପାରେ ।

ତେବେ ୮ ତାରିଖରୁ ଶୀତ ହ୍ରାସ ପାଇବ।ପାଗ ମେଘୁଆ ରହିଲେ ବି ରାତି ତାପମାତ୍ରା ବଢିବ । ରାଜ୍ୟରେ ଶୀତ ପ୍ରାୟ ୩ ଡିଗ୍ରୀ କମିବ । ଆସନ୍ତା ୨ରୁ ୩ ଦିନ ଭିତରେ ରାତି ତାପମାତ୍ରା ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । କିଛି ଜିଲ୍ଲାରେ କୁହୁଡ଼ି ଦେଖାଦେବା ସମ୍ଭାବନା ରହିଛି ।

 

Show More

Related Articles

Back to top button