ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ବିଧାନସଭା ନିର୍ବାଚନ: ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ସକାଳ ୮ଟାରୁ ଚାଲିଛି ଭୋଟିଂ। ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ମୋଟ ୯୩ ବିଧାନସଭା ଆସନରେ ଚାଲିଛି ଭୋଟ ଗ୍ରହଣ।

ମୈଦାନରେ ମୋଟ୍ ୮୩୩ ପ୍ରାର୍ଥୀ ରହିଛନ୍ତି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହ ତାଙ୍କର ଆଠ ମନ୍ତ୍ରୀ ରହିଛନ୍ତି। ଏହି ପର୍ଯ୍ୟାୟରେ ମୋଟ ୨.୫୪ କୋଟି ଭୋଟର ସେମାନଙ୍କ ବିଧାନସଭାର ନେତା ବାଛିବେ।

ଅହମ୍ମଦାବାଦ, ଭଦୋଦରା, ଗାନ୍ଧିନଗର ଭଳି ଗୁରୁତ୍ୱପୂର୍ଣ୍ଣ ଆସନରେ ଆଜି ଭୋଟ ପଡିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଆଜି ଭୋଟ ଦେବେ। ମତଦାନ ପାଇଁ ମୋଟ୍ ୨୬ ହଜାର ୪୦୯ ମତଦାନ କେନ୍ଦ୍ର ରହିଛି। ଏଥିପାଇଁ ମୋଟ୍ ୩୬ ହଜାର ଇଭିଏମ୍ ମେସିନ୍ ବ୍ୟବହାର କରାଯିବ। ୧୪ଟି ଜିଲ୍ଲାରେ ୨୯ ହଜାର ପ୍ରିଜାଇଡିଂ ଅଫିସର ଏବଂ ୮୪ ହଜାରରୁ ଅଧିକ ମତଦାନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

ଡିସେମ୍ବର ୧ରେ ପ୍ରଥମ ପର୍ଯ୍ୟାୟରେ ୮୯ ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିଥିଲ।। ଯେଉଁଥିରେ ୬୩.୩୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଡିସେମ୍ବର ୮ରେ ହେବ ଭୋଟ୍ ଗଣତି। ୨୦୧୭ ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପି ୯୯ ଟି ଆସନ ଏବଂ କଂଗ୍ରେସ ୭୭ ଟି ଆସନ ପାଇଛି। ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି କ୍ଷମତାରେ ଅଛି।

Show More

Related Articles

Back to top button