ଓଡ଼ିଶାମୁଖ୍ୟ ଖବର

ଆଜି ପବିତ୍ର ମହାଳୟା

ଆଜି ପବିତ୍ର ମହାଳୟା । ସୂର୍ଯ୍ୟ କନ୍ୟା ରାଶିରେ ଥିବା ସମୟରେ ଯେଉଁ ଅମାବାସ୍ୟା ପଡିଥାଏ ତାହା ମହାଳୟା ନାମରେ ନାମିତ । ଏହି ଦିନ ଶ୍ରାଦ୍ଧ ଦେବାର ଵିଧି ରହିଛି । ଏହିଦିନ ଯେଉଁ ଶ୍ରାଦ୍ଧ ବା ପିଣ୍ଡଦାନ କରାଯାଏ ସେଥିରେ ପିତୃପୁରୁଷଙ୍କ ପୂର୍ଣ୍ଣ ପ୍ରାପ୍ତି ହୋଇଥାଏ । ଏହି ପିଣ୍ଡଦାନ ଦ୍ୱାରା ପିତୃ ତଥା ମାତାଙ୍କ ସହ ତିନି ପୁରୁଷ ଏପରିକି ମାମୁଁ ଘରର ପିତୃପୁରୁଷ ମାନଙ୍କୁ ପିଣ୍ଡଦାନ କରାଯାଇଥାଏ । ବିଶ୍ୱାସ ରହିଛି ଯେ ଆଜିର ଦିନରେ ଶ୍ରାଦ୍ଧ, ପିଣ୍ଡଦାନ ତଥା ତର୍ପଣ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଵା ସହ ସେମାନେ ନିଜ ନିଜ ପରିବାରକୁ ଆଶୀର୍ବାଦ ପ୍ରଦାନ କରିଥାନ୍ତି ବୋଲି କୁହାଯାଏ ।

 

Show More

Related Articles

Back to top button