ଦେଶମୁଖ୍ୟ ଖବର

ଦେଶରେ ୧୮,୮୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳରୁ ୭୦ ପ୍ରତିଶତ

ଦେଶରେ ଧିରେ ଧିରେ କରୋନା ସଂକ୍ରମଣ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ହଜାର ୮୩୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୩୮,୭୧,୮୮୧ରେ ପହଞ୍ଚିଛି । ୨୪ ଘଣ୍ଟାରେ ହୋଇଥିବା ୨୭୮ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୪,୪୯,୫୩୮ରେ ପହଞ୍ଚିଛି ।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ୨୪,୭୭୦ଜଣ ଏହି ସଂଖ୍ୟାକୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୩୧,୭୫,୬୫୬ ।

ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୪୬,୬୮୭ । ବିଗତ ୨୦୩ ଦିନ ମଧ୍ୟରେ ଏହା ସର୍ବନିମ୍ନ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୯୨,୧୭,୬୫,୪୦୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୫୯,୪୮,୩୬୦ ଟିକା । ଆଇସିଏମ୍ଆର୍ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ଅକ୍ଟୋବର ୫ ତାରିଖ ସୁଦ୍ଧା ସମୁଦାୟ ୫୭,୬୮,୦୩,୮୬୭ ନମୁନା ପରୀକ୍ଷା ସରିଛି ।

ସେପଟେ ଚିନ୍ତା ବଢାଇଛି କେରଳ । କେରଳରେ କରୋନା ସଂକ୍ରମଣ ସବୁଠୁ ଅଧିକ ରହିଛି । ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦ ପ୍ରତିଶତ କେବଳ କେରଳରୁ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ର, ମିଜୋରମ, ତାମିଲନାଡୁ ଓ କର୍ଣ୍ଣାଟକରେ ମଧ୍ୟ ସଂକ୍ରମଣ ଅଧିକ ରହୁଛି ।

Show More

Related Articles

Back to top button