Breaking PLUSଖେଳ

ଆଜି ଆଇପିଏଲ-୨୦୨୧ର ଫାଇନାଲ ମ୍ୟାଚ

ଆଜି ଆଇପିଏଲ-୨୦୨୧ର ଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ଗୋଟିଏ ପଟେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ରହିଥିବା ବେଳେ ଅନ୍ୟପଟେ ରହିଛି ଇଓନ ମୋର୍ଗାନଙ୍କ କୋଲକାତା ନାଇଡ ରାଇଡର୍ସ । କୋଲକତା ଦୀର୍ଘ ୬ ବର୍ଷ ପରେ ଫାଇନାଲକୁ ଯାଇଛି । ସେହିପରି ଚେନ୍ନାଇ ୯ମ ଥର ପାଇଁ ଆଇପିଏଲର ଫାଇନାଲ ଖେଳିବ ।

ଆଇପିଏଲ୍ -୨୦୨୧ର ଫାଇନାଲ ମ୍ୟାଚ୍ ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ଏହି ମୁକାବିଲାରେ ଦୁଇ ବିଶ୍ୱ ବିଜେତା ଅଧିନାୟକଙ୍କ ଦଳ ଆଗରେ ରହିବେ । ଏହି ସିଜିନର ଫାଇନାଲରେ ତିନିଥର ଆଇପିଏଲ୍ ଜିତିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦୁଇଥର ପୂର୍ବତନ ବିଜେତା କୋଲକାତା ନାଇଟ୍ ରାଇଡର୍ସ ସହିତ ମୁହାଁମୁହିଁ ହେବେ ।

ଉଭୟ ଦଳର ପୂର୍ବ ପ୍ରଦର୍ଶନ ଦେଖିବାକୁ ଗଲେ ଚେନ୍ନାଇ ୧୨ଟି ସିଜନ୍ ରେ ନଅ ଥର ଫାଇନାଲରେ ପହଞ୍ଚିଛି । ଏହି ନଅ ଥରରେ ଚେନ୍ନାଇ ତିନୋଟି ଟାଇଟଲ ଜିତି ଫାଇନାଲରେ ୬ ଥର ହାରିଥିବାବେଳେ କେକେଆର ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ଉଭୟ ଟାଇଟଲ ଜିତିଥିଲା । ତେବେ ଚେନ୍ନାଇ ଅପେକ୍ଷା କୌଣସି ଦଳ ଫାଇନାଲରେ ପହଞ୍ଚିବାର ଏପରି ରେକର୍ଡ ରଖିନାହାନ୍ତି ।

Show More

Related Articles

Back to top button