ଦେଶମୁଖ୍ୟ ଖବର

୭ ପ୍ରତିରକ୍ଷା କମ୍ପାନୀର ଲୋକାପର୍ଣ କରିଛନ୍ତି ପ୍ରଧାନମନ୍ତ୍ରୀ

ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଦେଇଛନ୍ତି ବଡ ଭେଟି । ଦେଶରେ ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଆଜି ୭ଟି ନୂଆ ପ୍ରତିରକ୍ଷା କମ୍ପାନୀକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସୈନ୍ୟ ଶକ୍ତିରେ ଭାରତକୁ ଏକ ନମ୍ବର କରିବାରେ ଏହି କମ୍ପାନୀମାନେ ସହାୟକ ହେବେ ବୋଲି ବିଜୟା ଦଶମୀ ଅବସରରେ ଦେଶକୁ ସମର୍ପିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ୭ଟି କମ୍ପାନୀ ଦେଶର ୪୧ଟି ଗୋଳାବାରୁଦ କମ୍ପାନୀଙ୍କୁ ନୂଆ ରୂପ ଦେବ। ସ୍ୱାଧୀନତା ପରେ ଏହାକୁ ଅପଗ୍ରେଡ କରାଯିବାର ଥିଲା, ଯାହା କରାଗଲାନାହିଁ । ଗତ ୭ ବର୍ଷ ହେବ ସୁରକ୍ଷା କ୍ଷେତ୍ରରେ କାମ ଆଗକୁ ବଢ଼ିଛି । ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ସଂସ୍କାର । ୧୫ରୁ ୨୦ ବର୍ଷ ହେଲା ଏହି କାମ ଝୁଲି ରହିଥିଲା । ଆଗାମୀ ଦିନରେ ଏହି ୭ଟି କମ୍ପାନୀ ଭାରତୀୟ ସୈନ୍ୟ ଶକ୍ତିର ଏକ ବଡ଼ ଆଧାର ହେବେ । ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶକୁ ବିଶ୍ୱର ସବୁଠାରୁ ବଡ଼ ସୈନ୍ୟଶକ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି । ମେକ୍ ଇନ୍ ଇଣ୍ଡିଆ ମନ୍ତ୍ରରେ ୭ ବର୍ଷ ହେବ ଏହି କାମକୁ ଆଗକୁ ନିଆଯାଉଛି ।

Show More

Related Articles

Back to top button