ଦେଶମୁଖ୍ୟ ଖବର

ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ଏବଂ ସେ ସୁସ୍ଥ ଅଛନ୍ତି ବୋଲି ଆଜି ଡାକ୍ତରଖାନାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି । ୮୯ ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଦୁର୍ବଳତା, ଜ୍ୱର ଏବଂ ଅସହଜ ଅନୁଭବ କରିବା ପରେ ବୁଧବାର ସନ୍ଧ୍ୟାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲ। ।

ସେ ହସ୍ପିଟାଲର କାର୍ଡିଓ-ନ୍ୟୁରୋ ସେଣ୍ଟରର ଏକ ଘରୋଇ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଏବଂ ହୃଦ୍‌ରୋଗ ବିଭାଗର ପ୍ରଫେସର ଡା. ନୀତିଶ ନାୟକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ତାଙ୍କର ଯତ୍ନ ନେଉଛନ୍ତି । ଡା. ନାୟକ ମଧ୍ୟ ବର୍ଷ ବର୍ଷ ଧରି ସିଂଙ୍କ ବ୍ୟକ୍ତିଗତ ଚିକିତ୍ସକ ରହିଆସିଛନ୍ତି ।

 

Show More

Related Articles

Back to top button