Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଆଜି ଓଡ଼ିଆଙ୍କ ପ୍ରିୟ ଏବଂ ପାରମ୍ପାରିକ ଖାଦ୍ୟର ବିଶ୍ୱ ପଖାଳ ଦିବସ

ମହତ୍ବ ବୁଝାଇବାକୁ ବିଭିନ୍ନ ସ୍ଥାନରେ ସ୍ବତନ୍ତ ଆୟୋଜନ

ଓଡ଼ିଆ ଲୋକମାନେ ପଖାଳ ଖାଇବା ପାଇଁ ଅଧିକ ପସନ୍ଦ କରନ୍ତି । ପଖାଳ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ । ଆଉ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ । ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ବିଶ୍ୱର କୋଣ ଅନୁକୋଣରେ ବାସ କରୁଥିବା ପ୍ରତ୍ୟେକ ଓଡିଆ ପାଇଁ ମାର୍ଚ୍ଚ-୨୦ ବହୁତ ମହତ୍ୱ ରଖେ କାରଣ ଏହା ହେଉଛି ‘ବିଶ୍ୱ ପଖାଳ ଦିବସ’ । ତେବେ ପଖାଳ ଓଡ଼ିଆଙ୍କ ପାଇଁ ଏକ ଖାଦ୍ୟ ନୁହେଁ ପଖାଳର ମହତ୍ୱକୁ ପରପୀଢ଼ି ପାଖରେ ପହଞ୍ଚାଇବା ପାଇଁ ପାଳିତ ହେଉଛି ‘ପଖାଳ ଦିବସ’ ।

ପଖାଳ ଓଡ଼ିଆଙ୍କ ସହସ୍କୃତି, ବିଚାରଧାରା, ଗୀତ ଓ ସାହିତ୍ୟ ସହ ଓତପ୍ରୋତଃ ଭାବେ ଜଡ଼ିତ । କେବଳ ଓଡ଼ିଶାରେ ରହୁଥିବା ଲୋକ ନୁହଁନ୍ତି ବରଂ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଏହି ଦିନ ପଖାଳ ଖାଇ ଏହି ଦିନକୁ ପଖାଳ ଦିବସ ଭାବେ ପାଳନ କରିବା ସହ ଗ୍ରୀଷ୍ମକୁ ମଧ୍ୟ ସ୍ୱାଗତ କରିଥାନ୍ତି । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ବର୍ତ୍ତମାନ ବିଶ୍ୱର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଭୁବନେଶ୍ୱରର ତାରକା ହୋଟେଲମାନେ ମଧ୍ୟ ଚାହିଦାକୁ ଦେଖି ନିଜ ସୂଚୀରେ ପଖଳାକୁ ସାମିଲ କରିଛନ୍ତି ।

Show More

Related Articles

Back to top button