Breaking PLUSଓଡ଼ିଶାମୁଖ୍ୟ ଖବର

ଦୀର୍ଘ ୨ ବର୍ଷ ପରେ ଶ୍ରୀମନ୍ଦିରରୁ ହଟିଲା କଟକଣା

ରବିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ଦୀର୍ଘ ୨ ବର୍ଷ ପରେ ରବିବାର ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର । ରବିବାର ଯୋଗୁ ଶ୍ରୀମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ଼। କେବଳ ଆଜିର ରବିବାର ନୁହେଁ ଏଣିକି ପ୍ରତିଦିନ ଭଳି ପ୍ରତି ରବିବାର ମଧ୍ୟ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ରବିବାର ଅବସରରେ ପୁରୀ ବୁଲିବାକୁ ଆସିଥିବା ଭକ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରି ନିଜକୁ କୃତାର୍ଥ ମନେ କରୁଛନ୍ତି।

ଦୀର୍ଘ ଦୁଇବର୍ଷ ଧରି କରୋନା ମହାମାରୀ ଯୋଗୁଁ ଭକ୍ତ ମାନଙ୍କ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ କରାଯାଉଥିଲା। ଏବେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଛି । ପ୍ରତିଦିନ ଭଳି ରବିବାର ମଧ୍ୟ ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ସେନେଇ ଗତ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିଲା। ତେଣୁ ରବିବାରରେ ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରୁଛନ୍ତି। ସେହିପରି ଆଜି ପଖାଳ ଦିବସ ହୋଇଥିବା ବେଳେ ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗି ହୋଇଥାଏ ।

Show More

Related Articles

Back to top button