ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟ ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟ ଅବସରରେ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପୟାଶ୍ରାଦ୍ଧ, କାଉଁରିଆ କାଠି ପ୍ରଜ୍ଜ୍ୱଳନ, କାଳୀ ପୂଜା ଓ ଦୀପଦାନ ଅନୁଷ୍ଠିତ ହେବ । ମଙ୍ଗଳବାର ଭୋରରୁ କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ପଡ଼ୁଛି । ସୂର୍ଯ୍ୟୋପରାଗ ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକତ୍ୟାଗ ନୀତି ରହିଛି । ଗ୍ରହଣ ସ୍ପର୍ଶ ଦିନ ୪ଟା ୫୬ ମିନିଟ ୫୨ ସେକଣ୍ଡ ଓ ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୨୬ ମିନିଟ୍ ୫୨ସେକେଣ୍ଡରେ ରହିଛି ।ଶ୍ରୀମନ୍ଦିରରେ ମଙ୍ଗଳବାର ରାତି ୧୨ଟାରେ ଦ୍ୱାରଫିଟା, ସାଢ଼େ ୨ଟାରୁ ୩ଟା ଭିତରେ ସକାଳଧୂପ, ୪ଟାରେ ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ। ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୬ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ହେବ । ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ ଛତିଶାନିଯୋଗରେ ଏହି ସମସ୍ତ ନୀତି ର୍ନିଘଣ୍ଟ କରାଯାଇଛି । ମୋଟ ୧୬ ମିନିଟ ୨୬ ସେକେଣ୍ଡ ପୁରୀକୁ ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ । ତେଣେ ଚଳିତବର୍ଷ କାଉଁରିଆ ଜଳାଇବା ଉପରେ କୌଣସି କଟକଣା ନାହିଁ। ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମା’ କାକୁଡ଼ିଖାଇ ମନ୍ଦିର ନିକଟରେ କାଉଁରିଆ ଜଳାଯିବ  । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉତ୍ତର ଦ୍ୱାର ନିକଟରେ ଶ୍ରାଦ୍ଧ କରିପାରିବେ । ଏଥିସହ ଦୁଇଟି ସ୍ଥାନରେ କାଉଁରିଆ ଜାଳିପାରିବେ ଶ୍ରଦ୍ଧାଳୁ । ଅଗ୍ନିଶମ କର୍ମଚାରୀ ଓ ସଫେଇ କର୍ମଚାରୀ ନିୟୋଜିତ ହେବା ସହିତ ଗାଡ଼ି ରଖିବା ପାଇଁ ମଧ୍ୟ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।

 

Show More

Related Articles

Back to top button