ଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ବଟି ଆଦାୟକୁ ନେଇ ମଧ୍ୟସ୍ତି ସାଜିଥିଲେ ୨ ଯୁବକ, ଖାଇଲେ ଗୁଳି ମାଡ

ବାଙ୍କୀ : ଉଭୟ ପକ୍ଷଙ୍କ ମଧ୍ୟରେ ବଟି ଆଦାୟକୁ ନେଇ ଲାଗିଥିବା ବିବାଦର ସମାଧାନ କରିବାକୁ ମଧ୍ୟସ୍ତି ସାଜିଲେ  ୨ ଯୁବକ । ଏହି ବିବାଦ ମେଣ୍ଟାଇବାକୁ ସେମାନେ ମଧ୍ୟସ୍ତି ସାଜିଥିଲେ। ହେଲେ କଥା ସାମାଧାନ ହେବା ବଦଳରେ ସେମାନଙ୍କୁ ଗୁଳି ମାଡ଼ ଖାଇବାକୁ ପଡିଲା । ଗତ ରାତିରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ । ଗୁଳିମାଡ଼ ଯୋଗୁଁ ଆହତ ହୋଇଥିବା ୨ ଜଣ ହେଲେ ବାଙ୍କୀ ଥାନା ଅନ୍ତର୍ଗତ ବାଁରା ଗାଁର ଗଣେଶ ରାଉତ, ମଣ୍ଟୁ  । ସେମାନଙ୍କୁ ଗୁଳି ମାଡ଼ କରିଥିବା ଯୁବକଜଣକ ଉକ୍ତ ଗାଁର  ବଣ୍ଟି  ପାତ୍ର ବୋଲି ସୂଚନାମିଳିଛି। ସୂଚନା ଅନୁଯାୟୀ, ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ନିକଟସ୍ଥ ମହାନଦୀ କୂଳରେ ଏକ ବାଣ ଗୋଦାମ ଖୋଲିଛନ୍ତି। ବଣ୍ଟି ପାତ୍ର ଉକ୍ତ ଗୋଦାମ ମାଲିକଙ୍କୁ ଧମକାଇ ୨ ଲକ୍ଷ ବଟି ଦେବାକୁ ଚେତାଇ ଦେଇଥିଲେ। ଏନେଇ ଗୋଦାମ ମାଲିକ ଉକ୍ତ ଗାଁର ଗଣେଶ ଓ ମଣ୍ଟୁଙ୍କୁ ଜଣାଇ ଘଟଣାର ସମାଧାନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ଗଣେଶ ଓ ମଣ୍ଟୁ ଉଭୟ ବଣ୍ଟି ଘରକୁ ଯାଇଥିଲେ। ସେଠାରେ ସେମାନେ ତାଙ୍କ ବାପା ଓ ଭାଇଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ନିଜ ପୁଅକୁ ସମର୍ଥନ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉଚ୍ଚବାଚ ହୋଇଥିଲା। ଏହାଦେଖି ଘରେ ଥିବା ବଣ୍ଟି ଏକ ବନ୍ଧୁକ ଆଣି ଉଭୟ ଗଣେଶ  ଓ ମଣ୍ଟୁଙ୍କ ଉପରକୁ ଗୁଳି ମାଡ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସ୍ଥାନୀୟ ମେଡିକାଲ ଓ ପରେ କଟକ ସ୍ଥାନାନ୍ତରକୁ କରାଯାଇଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନାମିଳିଛି। ଖବର ପାଇ ବାଙ୍କୀ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ବଣ୍ଟିଙ୍କ ଭାଇ ଓ ତାଙ୍କ ବାପାଙ୍କୁ ଗିରଫ କରି ଅଟକ ରଖିଛି। ଘଟଣାସ୍ଥଳରୁ ବଣ୍ଟି ଫେରାର ହୋଇଯାଇଥିବା ବେଳେ ପୁଲିସ୍‌ ଏହାର ତଦନ୍ତ ଜାରି ରଖିଛି।

Show More

Related Articles

Back to top button