ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟକାଳିପୂଜାପୂଜା ପାର୍ବଣଭକ୍ତିମୁଖ୍ୟ ଖବର

ଆଜି ଆଲୋକର ପର୍ବ ଦୀପାବଳି, ଗ୍ରୀନ କ୍ରାକରର ରହିଛି ଅଧିକ ଗୁରୁତ୍ୱ

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି ଏବଂ ମା’ କାଳୀଙ୍କ ପୂଜା । ମଙ୍ଗଳବାର ସୂର୍ଯ୍ୟୋପରାଗ ପଡୁଥିବାରୁ ଆଜି ହିଁ ପାଳନ ହେଉଛି ଦୀପାବଳି। ଦୀପଦାନ, ପୟାଶ୍ରାଦ୍ଧ ସହ ଆଜି ବାଣଫୁଟା ବି ଜମିବ । ୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁଁ ଦୀପାବଳି ପାଳନ ଉପରେ ବ୍ରେକ୍‌ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ମିଳିଛି ଅଧିକ ଗୁରୁତ୍ୱ । ଝରଝରୀ, ଧପଧପି, ରସୁଣ, ଚକ୍ରି ଓ କୁମ୍ପି ଭଳି ବାଣ ଅଧିକ ଚର୍ଚ୍ଚାରେ ରହିଛି  ସ୍ୱିଗି, ଜୋମାଟୋ, ପେଟିଏମ୍ ଓ ମଡ଼ର୍ଣ୍ଣ କୁମ୍ପି। ଯେହେତୁ ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଉଭାନ୍ ହୋଇଯାଇଛି । ଉଭୟ ଗ୍ରାହକ ଓ ବ୍ୟବସାୟୀ ସମସ୍ତଙ୍କ ପାଇଁ ଏଥର ଦୀପାବଳି ସମ୍ଭାବନାରେ ଭରିଛି। ତେଣେ କମିଶନରେଟ୍  ପୁଲିସ୍ ବି ବେଆଇନ୍ ବାଣ ବିକ୍ରି ସହ ସୁରକ୍ଷିତ ବାଣ ବ୍ୟବସାୟ ଉପରେ ଅଧିକ ଜୋର୍ ଦେଇଛି । ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି। କଟକ ସହରରେ ବେଆଇନ ବାଣ ତିଆରି ଓ ବିକ୍ରିର ତଦାରଖ ପାଇଁ ୬ଜଣ ଅତିରିକ୍ତ ଡିସିପି ଓ ୩୭ ASPଙ୍କ ସହ ୩୦୦ ପୁଲିସ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏଥର ଟ୍ୱିନସିଟିରେ ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ନିୟମ ଜାରି ହୋଇଛି।

Show More

Related Articles

Back to top button