
🦋ଯେ ତୁମକୁ ସାହାର୍ଯ୍ୟ କରେ ତାକୁ କେବେ ଭୁଲ ନାହିଁ,ଯେ ତୁମକୁ ଭଲପାଏ ତାକୁ କେବେ ଘୃଣା କରନାହିଁ ଏବଂ ଯେ ତୁମକୁ ବିଶ୍ୱାସ କରେ ତାକୁ କେବେ ଠକିବ ନାହିଁ ।
🦋” ଧନ ” ଆଉ “ଲୁଣ ” ଭିତରେ କିଛି ଫରକ ନଥାଏ,କାହିଁକି ନା ଖାଦ୍ୟରେ ଲୁଣ ଅଧିକ ହେଲେ ଖାଦ୍ୟରୁ ସ୍ୱାଦ ଚାଲିଯାଏ ଆଉ ଜୀବନରେ ଧନ ଅଧିକ ହେଲେ ଜୀବନରୁ ସୁଖ ଶାନ୍ତି ଦୂରେଇ ଯାଏ ।
🦋ମନୁଷ୍ୟ ନିଜର ବିଚାର ଆଉ ସଂସ୍କାରରେ ହିଁ ବଡ ହୋଇଥାଏ ।ପଇସା ତ ଭିକାରୀ ବି କମଉଛି !ଯେତେଦିନ ଅଛ ସମସ୍ତଙ୍କର ଖୁସିର ପାତ୍ର ହୁଅ ।ଆଉ ସମସ୍ତଙ୍କ ହୃଦୟରେ ରହିବାକୁ ଚେଷ୍ଟା କରନ୍ତୁ ।
🦋ରାଗରେ ଆମେ ଅନେକ ସମୟରେ ଅନ୍ଯକୁ କଟୁ କଥା କହିଥାଉ !କହିବା ଲୋକ ଏସବୁ ଭୁଲିଯିବାକୁ ଚେଷ୍ଟା କରେ,ହେଲେ ଶୁଣିବା ଲୋକ ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ଏସବୁ ଭୁଲେ ନାହିଁ !ଏଣୁ ପଦୁଟିଏ କହିବା ପୂର୍ବରୁ ଭଲ ଭାବରେ ଚିନ୍ତା କରିବା ଉଚିତ୍ ।
ଶୁଭ ସକାଳ
ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ.!
🙏🏻 ଜୟ ଜଗନ୍ନାଥ🙏🏻