Breaking PLUSଓଡ଼ିଶାଦେଶଦେଶ ବିଦେଶମୁଖ୍ୟ ଖବରଶିକ୍ଷା

୨୮ ରୁ କ୍ଲାସରୁମରେ ପାଠପଢା

ଆସନ୍ତାକାଲିଠୁ ସ୍କୁଲକୁ ଯିବେ ପ୍ରଥମ ରୁ ସପ୍ତମ ପିଲା ।

ଆସନ୍ତାକାଲିଠୁ ସ୍କୁଲକୁ ଯିବେ ପ୍ରଥମ ରୁ ସପ୍ତମ ପିଲା । ଦୁଇ ବର୍ଷ ପରେ କୁନି କୁନି ପିଲାମାନେ ସ୍କୁଲକୁ ଯିବେ । ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି। ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲାଙ୍କର ସାମାଜିକ ଭାବାବେଗ ଶିକ୍ଷା ଓ ତାଙ୍କର ଇମୋସନାଲ୍‍ ଲଣ୍ଣିଂ ଉପରେ ଗୁରୁତ୍ୱ ଦିଆଯିବ। ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ପିଲାମାନେ ଦୁଇ ବର୍ଷ ହେବ ସ୍କୁଲରେ ପାଠ ପଢି ନାହାଁନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ମିଶ୍ରଣ କରାଯିବ। ଯାହାଫଳରେ ପିଲାମାନେ ପଛେଇ ଯିବେ ନାହିଁ। ମାର୍ଚ୍ଚ ୯ରୁ ପାଠପଢା ଆରମ୍ଭ ହେବ ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ପୂରଣ କରିବାକୁ ସ୍କୁଲ ଏଭଳି ପ୍ରୟାସ କରିଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇବା ସ୍ୱାଭବିକ କଥା । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହିଁ ପାଠପଢା ହେବ । ଶିକ୍ଷା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଖରା ଛୁଟି ମଧ୍ୟ ଦିଆଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ । ପ୍ରାଥମିକ ସ୍କୁଲ ସକାଳ ୯ଟାରୁ ୧ଟା ଯାଏ ଚାଲିବ । ଆସନ୍ତା ଫେବୃଆରୀ ୨୫ରୁ ୨୮ ଯାଏ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ । ଏବଂ ସ୍କୁଲ ସୁରକ୍ଷା, ପରିମଳ, ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ପିଲାମାନଙ୍କୁ ଟ୍ରେନିଂ ଦିଆଯିବ । ଅନ୍ୟପଟେ ସ୍କୁଲ ଖୋଲିବା ନେଇ ଅଭିଭାବକମାନଙ୍କୁ ଡାକି ଏକ ଅଭିଭାବକ ବୌଠକର ଆୟୋଜନ କରାଯାଇଛି ।

 

Show More

Related Articles

Back to top button