ଓଡ଼ିଆ ଗଳ୍ପଜୀବନଚର୍ଯ୍ୟା

କବିତା

ଲଢେଇ

ଭୁଲିଗଲୁ ପୁଅ ପିଲାଦିନ କଥା
ବାପା ଘର ଚଉହଦି,
ବାପା ଠୁ ଜନମି ବାପ ଘରେ ବଢ଼ି
ହେଲୁ ହାତକୁ ଦିହାତି l

ପିଲା,ପଡୋଶୀଙ୍କ କଥାରେ ପଡି ତ
ବାପଠୁ ଅଲଗା ହେଲୁ,
ସୁଖରେ ତ ଥିଲୁ,ବାପ ଭୟେ ପୁଣି
ପଡୋଶୀ ମନ୍ତ୍ରଣା ନେଲୁ l

ଭାବିଚୁ କି ପୁଅ ବାପ ଚଉକା କୁ
ମାରି ଦବୁ ଗୋଟେ ଛକା,
ବାପାର ପାକଲା ବାଳ କୁ ଦେଖିକି
ଭାବିଲୁକି ଏଟା ବୋକା l

ତୋ’ ଚଉଦ କୁ ମୋର ଚାଳିଶି
ଦାଣ୍ଡେ, ଠିଆ ଭେଣ୍ଡା ଟୋକା,
ଝରକା ତ ଖୋଲ! ଦୁଆର କଣା ରୁ
ଉଣ୍ଡିକି ଦେଖା କି ଦେଖା l

ମୁଁ ବି ଦେଖିବି ଆମ ଝଗଡା ରେ
ଆସିବ କୋଉ ପଡୋଶୀ,
ନିଜ ଘରେ ଥାଇ ସବୁ ଉପଦେଶ
ମଇଦାନୁ ଯିବେ ଖସି l

ମାଡ଼ ଭୟେ ପୁଣି ମହାଦେବ ନୁଚେ
ଛାଡି ବନାରସ କାଶୀ,
ଟେବୁଲ ଉପରେ କି କଥା ହୋଇବା
ହୋଇକରି ଖୁସିବାସୀ l

ଉପରୁ ଦେଖୁଚି, ପିଲା ଛୁଆ ସହ
ଖଟ ତଳେ ତୁଇ ପଶି,
ବାପ ର ବଳ କୁ ବାଳ* ଆକଳଇ
ଅଲାଜୁକ ଅଳପେଶୀ l

ମୁଁ ଚାହେଁନି ତୋର ଘର ଅଧିକାର,
ନା ଚାହେଁ ତୋର ରୁଧିର,
ସଫା କରିବାକୁ ତୋ ମୁଣ୍ଡ ଗୋବର,
ଛୋଟ ପ୍ରୟାସ ମୋହର l

ସବୁ ଭୁଲ ମାନି, ବାପ ପାଦ ଧର
କର ଯୁଦ୍ଧ ର ସଂହାର,
ଶାନ୍ତି ମୈତ୍ରୀ ପ୍ରୀତି ଫେରାଇ ଆଣ ହେ
ପ୍ରଭୁ ଜଗତ ଈଶ୍ୱର l

Show More

Related Articles

Back to top button