Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଆଜିର ମୁଖ୍ୟ ଖବର

ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ ହେବ ।

୧. ଭୁବନେଶ୍ୱରରେ ସମସ୍ତ କୋଭିଡ୍‌ କେୟାର ସେଣ୍ଟର ଆସନ୍ତା ୨୮ ତାରିଖରୁ ବନ୍ଦ ହେବ । କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବାରୁ ଭୁବନେଶ୍ୱର ମହାନଗର ନିଗମ – ବି.ଏମ୍‍.ସି. ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।

୨. ୟୁକ୍ରେନ୍‍ରେ ଫଶି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଫେରାଇ ଆଣିବାପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

୩. ୟୁକ୍ରେନରେ ଫସି ରହିଥିବା ୨୧୯ ଭାରତୀୟ ଦେଶକୁ ଫେରିଲେ, ଜାରି ରହିବ ‘ଅପରେସନ୍ ଗଙ୍ଗା’ ।

୪. ପାଖେଇଲା ବିଏମସି ନିର୍ବାଚନ, ବିଜେପି ଛାଡି ବିଜେଡିରେ ଯୋଗଦେଲେ ଶତାଧିକ କର୍ମି ।

୫. ଏକକ ଇ-ଅକ୍ସନ ବ୍ୟବସ୍ଥାରେ କୋଇଲା କମ୍ପାନୀମାନେ ଏବେ କୋଇଲା ବିକିବେ: ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ।

୬. ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଁସ୍କିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ଯୁଦ୍ଧ କାରଣରୁ ୟୁକ୍ରେନରେ ହୋଇଥିବା ଜୀବନ ଓ ସମ୍ପତ୍ତି ହାନି ପାଇଁ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକଟ କରିଥିଲେ ।

୭. ଋଷ ଆକ୍ରମଣ ଭୟରେ ରାଜଧାନୀ କିବରୁ ପଳାୟନ କଲେ ୟୁକ୍ରେନ ରାଷ୍ଟ୍ରପତି: ଦାବି କଲେ ଋଷ ସଂସଦର ସ୍ପିକର ।

୮. ଖୋର୍ଦ୍ଧା ଉପଖଣ୍ଡରେ ଭୋଟ ଗଣତିରେ ବ୍ୟାପକ ଅବ୍ୟବସ୍ଥା, ଭୋଟଗଣତିରେ ବିଳମ୍ବ ।
ଫଳରେ ବିଭିନ୍ନ ସ୍ଥାନରେ ଭୋଟ ଗଣତି ନିର୍ଦ୍ଧାରିତ ସମୟ ଠାରୁ ପ୍ରାୟ ୦୪ରୁ ୧ ଘଂଟା ମିନିଟ୍ ବିଳମ୍ବରେ ଆରମ୍ଭ ହୋଇଥିଲା ।

୯. ଆସନ୍ତା କାଲି ଆଉ 250 ଭାରତୀୟ ନାଗରିକ ଦିଲ୍ଲୀ ପହଞ୍ଚିବେ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।

୧୦. ଫେଲ ମାରିବ ପୁଟିନଙ୍କ ୟୁକ୍ରେନ ମିଶନ ! ଅଧିକ ଦିନ ଯୁଦ୍ଧ ଲଢିପାରିବନି ମସ୍କୋ, ପ୍ରତିଦିନ ଖର୍ଚ୍ଚ କରୁଛି ୧.୫ ଲକ୍ଷ କୋଟି ଟଙ୍କା ।

୧୧. କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଅନାବଶ୍ୟକ ବିବାଦକୁ ପ୍ରୋତ୍ସାହିତ ନକରିବା ଉଚିତ୍ ବୋଲି କହିଛନ୍ତି ।

୧୨. ନ୍ୟୁୟର୍କରେ ‘ଫୁଡ୍ କୋମା’ ର ଶିକାର ‌ହେଲେ ବଲିଉଡ ଅଭିନେତା ରଣବୀର ସିଂହ ।
ତେବେ କୌଣସି ରୋଗ ନୁହେଁ, ଅଧିକ ଖାଦ୍ୟ ଖାଇଥିବାରୁ ରଣବୀର ଏଭଳି ଲେଖିଥିବା ଜଣାପଡ଼ିଛି ।

୧୩. ମିଡ଼ିଆକୁ ପୁଟିନ୍‌ଙ୍କ ନାଲି ଆଖି, ଆକ୍ରମଣ-ଅନୁପ୍ରବେଶ-ଯୁଦ୍ଧ ଶବ୍ଦର ବ୍ୟବହାର କଲେ ଜେଲ ସହିତ ଜରିମାନା ଦଣ୍ଡାଦେଶ ଭୋଗୀବାକୁ ପଡ଼ିବ ବୋଲି ମିଡ଼ିଆ ରେଗୁଲେଟାରୀ ଡିଭିଜନ୍‌ କହିଛି ।

୧୪. ଜିଲ୍ଲା ପରିଷଦ ନିର୍ବାଚନ: ୨୮୧ରେ ବିଜେଡି, ୧୬ ଜୋନ୍‌ରେ କଂଗ୍ରେସ ଆଗୁଆ ।

୧୫. ୟୁକ୍ରେନ୍‌ କଥାବର୍ତ୍ତା ହେବାକୁ ପ୍ରସ୍ତୁତ ନୁହେଁ, ଚାରିପଟୁ ଆକ୍ରମଣ କରିବାକୁ ଆଦେଶ ଦେଲା ଋଷ୍‌ ।

୧୬. ଅଣସଂଗଠିତ କ୍ଷେତ୍ରରେ ବିଶେଷ ଭାବେ କେନ୍ଦୁପତ୍ର ଓ ଶାଳପତ୍ର ତୋଳାଳି ଏବଂ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ମହିଳା ଶ୍ରମିକଙ୍କର ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।

୧୭. ଫେବ୍ରୁଆରୀ ୧୮ ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୭୬୨ ବିଲିୟନ ଡଲାର ବୃଦ୍ଧି ହୋଇ ୬୩୨.୯୫ ବିଲିୟନ ଡଲାରରେ ପହଞ୍ଚିଛି । ଗୋଲ୍ଡ ରିଜର୍ଭର ମୂଲ୍ୟରେ ବୃଦ୍ଧି ଏବଂ ମୁଖ୍ୟ ମୁଦ୍ରା ସମ୍ପତ୍ତିରେ ବୃଦ୍ଧି ଯୋଗୁଁ ବିଦେଶୀ ମୁଦ୍ରା ଭଣ୍ଡାରରେ ବୃଦ୍ଧି ଘଟିଛି ।

୧୮. ୨ୟ ଟି-୨୦: ଶ୍ରୀଲଙ୍କାକୁ ୭ ୱିକେଟ୍‌ରେ ହରାଇଲା ଭାରତ, ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ।

୧୯. ଜିଲ୍ଲାରେ ଚଳିତ ବର୍ଷ ଆସନ୍ତାକାଲି ଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ଜନ୍ମରୁ ୫ ବର୍ଷ ବୟସ ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ଅ‍ାସନ୍ତାକାଲି ବୁଥ ସ୍ତରରେ ଏବଂ ୨୮ ଓ ମାର୍ଚ୍ଚ ପହିଲାରେ ଘରକୁ ଘର ବୁଲି ପୋଲିଓ ବୁନ୍ଦା ଦିଆଯିବ ।

୨୦. ବ୍ରିଟେନରେ ବହୁଦେଶୀୟ ଯୁଦ୍ଧାଭ୍ୟାସରେ ସାମିଲ ହେବନି ଭାରତୀୟ ବାୟୁସେନା, ୟୁକ୍ରେନ ସଂକଟ ପରେ ବଦଳିଲା ନିଷ୍ପତ୍ତି ।

୨୧. ମହାଶିବରାତ୍ରୀ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା । ଏହି କଟକଣା ମାର୍ଚ୍ଚ ୦୧ ତାରିଖ ଦିନ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଜନସମାଗମ ଅପସାରିତ ହେବା ଯାଏ ବଳବତ୍ତର ରହିବ ।

୨୨. କୋଟିଆ ପଞ୍ଚାୟତ ନିର୍ବାଚନ: ଫେଲ୍ ମାରିଲେ ସର୍ବଦଳୀୟ ପ୍ରାର୍ଥୀ, ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ ।

୨୩. ସଂକ୍ରମଣ ହ୍ରାସ ହେବା ପରେ କରୋନା କଟକଣା କୋହଳ କଲେ ଦିଲ୍ଲୀ ସରକାର ।

୨୪. କମୁଛି ସଂକ୍ରମଣ: ଚାରି ଚକିଆ ଯାନ ଉପରେ ଫେସ୍‌ ମାସ୍କ ନିୟମ କୋହଳ କଲେ ଦିଲ୍ଲୀ ସରକାର ।

୨୫. ଶନିବାର ରାଜ୍ୟରୁ ଆଉ ୪୯୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୨,୯୨୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୧ ଏବଂ ସମ୍ବଲପୁରରୁ ୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୨୬. ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁସ୍ମାନ ଭାରତ ଡିଜିଟାଲ ମିଶନ(ଏବିଡିଏମ୍‌) । ଏନେଇ ଆଜି ଅପରାହ୍ନରେ ବସିଥିବା ବୈଠକରେ କେନ୍ଦ୍ର କ୍ୟାବିନେଟ ଏହାକୁ ଜାତୀୟ ସ୍ତରରେ ପ୍ରଚଳିତ କରିବା ପାଇଁ ଅନୁମତି ଦେଇଛି ।

୨୭. ଆମେରିକା ପରେ ୟୁକ୍ରେନକୁ ସହଯୋଗର ହାତ ବଢ଼ାଇଲା ଫ୍ରାନ୍ସ; ଯୋଗାଇବ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।

୨୮. କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି । ଭାରତର ଉଭୟ ପୁରୁଷ ଓ ମହିଳା ଟିମ୍‌ ସ୍ପେନକୁ ଭେଟିଛି ।

 

Show More

Related Articles

Back to top button