ସ୍ୱାସ୍ଥ୍ୟ

ନିରୋଗ ରହିବା ପାଇଁ ପିଅନ୍ତୁ ଆୟୁର୍ବେଦିକ ଚାହା

ଆମେ ସବୁବେଳେ ପ୍ରାୟ ମସଲା ଜାତୀୟ ଖାଦ୍ୟ ଓ ମିଠା ଜିନିଷ ଖାଇବାର ଦେଖା ଯାଇଥାଏ ,ବେଳେବେଳେ ଏହି ଜିନିଷର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଅଧିକ ଖାଇବା ଦ୍ୱାରା ଦେଖା ଯାଇଥାଏ l ଆଜିର ଦୁନିଆରେ ବାୟୁ ପ୍ରଦୂଷଣ ଓ ଋତୁ ପରିବର୍ତନ କାରଣରୁ ଆସ୍ଥମା ସହିତ ବିଭିନ୍ନ ପ୍ରକାରର ଶ୍ୱାସ ସମ୍ବଧୀୟ ରୋଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି l ତାସାହିତ ଆମ ଭାରତୀୟ ଜଳବାୟୁ ଦ୍ରୁତ ଗତିରେ ପରିବର୍ତ୍ତନ ହେବାରେ ଲାଗିଛି

ବିଶେଷଜ୍ଞ ମାନେ ବିଭିନ୍ନ ପ୍ରକାରର ଗବେଷଣା ମାଧ୍ୟମରେ କହୁଛନ୍ତି ଯେ ଆପଣ ମାନେ ବିଭିନ୍ନ ପ୍ରକାରର ଘରୋଇ ଉପଚାର ଦ୍ୱାରା ନିଜର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବେ l କାରଣ ଆଜିକାଲି ଗୋଟେ ପ୍ରକାରର ଔଷଧ ବଜାରକୁ ଆସୁଛି ଯାହା ହୁଏତ ଆମ ଶରୀର ପାଇଁ ଠିକ ହୋଇନପାରେ l ତେଣୁ ଆଜିର ଏହି ତଥ୍ୟ ମାଧ୍ୟମରେ ଆମେ ଲବଙ୍ଗ ଚାହାର ଚମତ୍କାରୀ ବିଷୟରେ ଆପଣଙ୍କୁ କହୁଛୁ l ଯାହା ଆପଣ ନିଜ ଘରେ ଅତି ସହଜରେ ବିଭିନ୍ନ ପ୍ରକାରର ଜଡ଼ିବୁଟିର ବ୍ୟବହାରରେ କରି ପାରିବେ l ଏହି ଚାହାର ସାହାଯ୍ୟରେ ଆପଣଙ୍କ ଫୁସଫୁସ ,ଶ୍ୱାସନଳୀ ଓ ଗଳାର ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିପାରିବ lଏହି ଚାହାକୁ ପ୍ରସ୍ତୁତ କରିବା ପାଇଁ ଦୁଇ କପ ପାଣିକୁ ଫୁଟାନ୍ତୁ l

ଏହାପରେ ଏଥିରେ ଖଣ୍ଡେ ଅଦା ,ଡାଳଚିନି ଛୋଟ ଖଣ୍ଡ ,କିଛି ମାତ୍ରାରେ ଗୁଡା ,ଅଧାଚାମଚ ତୁଳସୀ ପତ୍ର ରସ ,କିଛି ମାତ୍ରାରେ ଅରେଗାନୋ ,କିଛି ଗୋଲମରିଚ ,କିଛି ପାନମଧୁରୀ ,ଏକ ଚାମଚ ଜିରା ,ଅଧ ଚାମଚ ଜୁଆଣି ଓ ରସୁଣ ଦୁଇ ପାଖୁଡା ପକାଇ କମ ଆଞ୍ଚରେ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ l ଫୁଟି ଗଲାପରେ ଏହାକୁ ଗରମ ଗରମ ଛାଣି ଦୁଇଥର ଦିନକୁ ପିଅନ୍ତୁ lଏହି ଚାହାକୁ ଆପଣ ପିଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ସମସ୍ୟା ଦେଖା ଦେଇଥିବା ରୋଗ ଗୁଦୁକା ପାଇଁ ଲାଭ ମିଳିବ l ସେଗୁଡିକ ହେଲା କଫ ,କାଶ ,ସର୍ଦି ଓ ଜ୍ୱର l ଜ୍ୱର ସମୟରେ ଏହି ଚାହାକୁ ଆପଣ ତିନିଥର ପିଇଲେ ମଧ୍ୟ ଉପକାର ମିଳିବ l ତାସାହିତ ପେଟର ବିଭିନ୍ନ ରୋଗ ଯେପରିକି ପିତ ,ଅମ୍ଳ ,ଗ୍ୟାସ ଇତ୍ୟାଦିରୁ ମଧ୍ୟ ଆରାମ ଦେଇଥାଏ l ଆପଣ ଗୋଟିଏ କଥା ଜାଣି ରଖନ୍ତୁ ଏହି ଚାହାକୁ ପିଇବା ପୂର୍ବରୁ ପେଟ ଖାଲିଥିବା ଆବଶ୍ୟକ l

Show More

Related Articles

Back to top button