ସ୍ୱାସ୍ଥ୍ୟ

ପଦ୍ମ ଫୁଲ ଦ୍ୱାରା ବିଭିନ୍ନ ରୋଗର ଚିକିତ୍ସା

ଆସନ୍ତୁ ପଢିବା ସେ ବିଷୟରେ-

ପଦ୍ମ ଫୁଲ ହିନ୍ଦୁ ଦେବାଦେବୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ l ଖାସ କରି ମା ଲକ୍ଷ୍ମୀ ପଦ୍ମ ଫୁଲକୁ ଖୁବ ଭଲପାଇ ଥାନ୍ତି l ପୌରାଣିକ ମାନ୍ୟତା ଅନୁସାରେ ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କଲେ ସେ ସନ୍ତୁଷ୍ଟ ହୋଇଥାନ୍ତି l ପଦ୍ମ ଫୁଲ ଦୁଇ ପ୍ରକାରର ,ଗୋଟିଏ ହେଲା ସ୍ଵତ ପଦ୍ମ ଓ ଅନ୍ୟଟି ହେଲା ଲୋହିତ ପଦ୍ମ l ପଦ୍ମ ପତ୍ରକୁ ଅନେକ ଲୋକ ଭୋଜି ଖାଇବାରେ ମଧ୍ୟ ବ୍ୟବହାର କରିଥାନ୍ତି l ପଦ୍ମର ଅନେକ ଗୁଡିଏ ଔଷଧିୟ ଗୁଣ ଅଛି ସେଗୁଡିକ ଆସନ୍ତୁ ଜାଣିବା l

* ମୁଣ୍ଡ ବ୍ୟଥା -ମୁଣ୍ଡ ବ୍ୟଥା ଗୋଟିଏ ଏପରି ରୋଗ ଯାହା ଅନେକ କାରଣରୁ ହୋଇଥାଏ l ଯେପରିକି ଥଣ୍ଡା ଧରିଲେ ,ପେଟରେ ଗ୍ୟାସ ହେଲେ ଓ ଆଖିର ସମସ୍ୟା ଥିଲେ ମଧ୍ୟ ମୁଣ୍ଡ ବ୍ୟଥା ହୋଇଥାଏ l ମୁଣ୍ଡ ବ୍ୟଥା ହେବ ସମୟରେ ପଦ୍ମ ଫୁଲକୁ ରାଶି ତେଲରେ ପକାଇ ଗରମ କରନ୍ତୁ l ଏହି ତେଲ ଥଣ୍ଡା ହୋଇଗଲା ପରେ ଏହାକୁ ମୁଣ୍ଡରେ ମାଲିସ କରିବା ଦ୍ୱାରା ମୁଣ୍ଡ ବ୍ୟଥା ଯନ୍ତ୍ରଣା ଦୂର ହୋଇଥାଏ l

* ଚର୍ମ ରୋଗ -ଅଧିକାଂଶ ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖା ଦେଇଥାଏ l ଯେକୌଣସି ଚର୍ମରୋଗ ହେଉନା କାହିଁକି ଆମେ ତାର ଦେଶୀ ଉପାୟରେ ଉପଚାର କଲେ ତାହା ସମୂଳେ ନଷ୍ଟ ହୋଇଥାଏ l ଯଦି ଆପଣଙ୍କର କୌଣସି ଚର୍ମରୋଗ ଦେଖା ଦେଉଛି ତେବେ ପଦ୍ମ ଫୁଲକୁ ବାଟି ସେଥିରେ ଗୋଟିଏ ଲେପ ପ୍ରସ୍ତୁତ କରନ୍ତୁ l ସେହି ଲେପକୁ ସାରା ଶରୀରରେ ଅଗନ୍ତୁ l ନଚେତ ପଦ୍ମ ପତ୍ରକୁ ବାଟି ସୋରିଷ ତେଲ ମିଶାଇ ଗରମ କରନ୍ତୁ l ଚର୍ମରୋଗ ହୋଇଥିବା ସ୍ଥାନରେ ଏହି ତେଲକୁ ଲଗାନ୍ତୁ l

* ଅର୍ଶ ରୋଗ -ଅର୍ଶ ରୋଗ ଆଜିକାଲିର ଏକ ସାଧାରଣ ସମସ୍ୟା l ଏହି ରୋଗର ଉପଚାର ମଧ୍ୟ ଆମେ ପଦ୍ମ ଫୁଲର କେଶର ସାହାଯ୍ୟରେ କରି ପାରିବା l ପଦ୍ମ କେଶର ,ମହୁ ,ଲହୁଣୀ ଓ ହଳଦୀ କିଛି ମାତ୍ରାରେ ମିଶାଇ ପ୍ରତେକ ଦିନ ସକାଳୁ ଖାଲି ପେଟରେ ଖାନ୍ତୁ l ଏହା ଦ୍ୱାରା ଆପଣଙ୍କର ଅର୍ଶ ରୋଗ ଠିକ ହୋଇଯିବ l

* ରକ୍ତ ଜମାଟ ବାନ୍ଧିଲେ -ବେଳେବେଳେ ଆମ ଶରୀରରେ ଆଘାତ ବାଜିବା ଦ୍ୱାରା ରକ୍ତ ଜମାଟ ବନ୍ଦୀ ଯାଇଥାଏ l ଏପରି ହୋଇଥିବା ବେଳେ ପଦ୍ମ କେଶରକୁ ଗୋଲମରିଚ ସହିତ ବାଟି ଲେପ ଦିଅନ୍ତୁ l ଏହି ଲେପକୁ ଦିନକୁ ଦୁଇଥର ଦେବା ଦ୍ୱାରା ରକ୍ତ ଖେଳିଯାଇଥାଏ l

* ଆଖିରୋଗ -ବିଭିନ୍ନ ପ୍ରକାର ସଂକ୍ରମଣ ଭଳି ଆମର ଆଖିର ସଂକ୍ରମଣ ମଧ୍ୟ ହୋଇଥାଏ l ଯେପରି କି ଆଖି କୁଣ୍ଡାଇ ହେବା ,ଆଖିରୁ ପାଣି ବାହାରିବା ଓ ଆଖି ଲାଲ ପଡିଯିବା ଇତ୍ୟାଦି l ଏହି ପରି ହେବ କ୍ଷଣି ଯଦି ଆପଣଙ୍କ ପକ୍ଷ ସମ୍ଭବ ହେଉଛି ତେବେ ପଦ୍ମ ପାଖୁଡାକୁ ଛେଚି ସେଥିରୁ ରସ ବାହାର କରନ୍ତୁ ,ଏହି ରସକୁ ପଦ୍ମ ମଧୁ କୁହାଯାଏ l ଏହି ପଦ୍ମ ମଧୁକୁ ନେଇ ନିଜ ଆଖିରେ କଲା ଲାଗିଲା ଭଳି ଲଗାନ୍ତୁ ଦେଖିବେ ଆପଣଙ୍କର ଆଖିରୋଗ ଦୂର ହୋଇଯିବ l

Show More

Related Articles

Back to top button