ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ଧର୍ମ ସ୍ଥାନକୁ ଯାଇପାରନ୍ତି। କୌଣସି ଶୁଭ ସମାଚାର ମିଳିବା ହେତୁ ମନ ପ୍ରସନ୍ନ ରହିବ। ଅଫିସ କାମରେ ଅଧସ୍ତନ କର୍ମଚାରୀଙ୍କ ସାହାଯ୍ୟ ପାଇବେ।

ବୃଷ: ଇଷ୍ଟଦେବଙ୍କ ଧୢାନ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ଘର ସଫାସୁତୁରା କରିବାରେ ସମୟ ଦେବେ। ପ୍ରେମ ସମ୍ବନ୍ଧ ପାଇଁ ଦିନଟି ଭଲ।

ମିଥୁନ: ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଆୟର ନୂଆ ଉତ୍ସ ସାମନାକୁ ଆସିବ।

କର୍କଟ: ନିଜର ମହତ୍ତ୍ବକୁ ଜାଣନ୍ତୁ। ବ୍ୟବହାରରେ ସକାରାତ୍ମକତା ବଜାୟ ରଖନ୍ତୁ। ଅଭିଭାବକଙ୍କ ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ, ସଫଳତା ପାଇବେ।

ସି˚ହ: ପୁରୁଣା ବିବାଦ ସମାପ୍ତ ହେବାରୁ ନୂଆ କାମରେ ମନ ଲାଗିବ। ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷତ୍‍କାର ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ।

କନ୍ୟା: ଆପଣଙ୍କ ସମ୍ମୁଖକୁ ଆସୁଥିବା ଲୋକଙ୍କର ମାନସିକତାକୁ ଆପଣ ଶୀଘ୍ର ବୁଝିନେବେ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ।

ତୁଳା: ବ୍ୟବସାୟରେ ଲାଗିରହିଥିବା ବିବାଦ ସମାପ୍ତ ହେବ। ଆୟର ନୂଆ ଉତ୍ସ ପାଇବେ। ଚାକିରିଜୀବୀଙ୍କୁ ସଫଳତା ହାସଲ ହେବ।

ବିଛା: ନୂଆ ଲୋକଙ୍କ ସହିତ ଆଲୋଚନା କରିବେ। କ୍ୟାରିୟରକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ମହିଳାମାନଙ୍କ ଲାଗି ଦିନଟି ଭଲ।

ଧନୁ: ସାରାଦିନ ଖୁସି ମନରେ ରହିବେ। ଦୀର୍ଘ ଦିନର ବନ୍ଧୁତା ପ୍ରେମ ସଂପର୍କରେ ବଦଳି ପାରେ। ଆପଣଙ୍କୁ ଆମଦାନିର ନୂଆ ସ୍ରୋତ ମିଳିବ।

ମକର: ଆପଣ ଖୁବ୍‌ ମଜା କରିବେ ଓ ଖୁସି ରହିବେ। ବନ୍ଧୁଙ୍କ ଠାରୁ ଉପହାର ପାଇବେ। ନିଜର ସାମର୍ଥ୍ୟ ବଳରେ ସବୁ କାମ ସ˚ପୂର୍ଣ୍ଣ କରିନେବେ।

କୁମ୍ଭ: ସାମାଜିକ କାର୍ଯ୍ୟରେ ସମୟ ଦେବେ। ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ।

ମୀନ: ଆପଣ ନିଜର ଜୀବନଶୈଳୀ ଓ ଖାଦ୍ୟ ପାନୀୟ ପ୍ରତି ଧୢାନ ଦିଅନ୍ତୁ। ନୂଆ କାମ ପାଇଁ ଦୂର ସ୍ଥାନକୁ ଯିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

Show More

Related Articles

Back to top button