ଜୀବନଚର୍ଯ୍ୟା

ରବିବାର ଦିନ ଏପରି କରନ୍ତୁ ସୂର୍ଯ୍ୟ ପୂଜା ,ଭାଗ୍ୟ ବଦଳିଯିବ

ରବିବାର ଦିନଟି ଭଗବାନ ସୂର୍ଯ୍ୟଙ୍କ ଦିନ ଅଟେ l ଅନ୍ୟ କୌଣସି ଦିନ ଯଦି ସୂର୍ଯ୍ୟଙ୍କୁ ପୂଜା କରିପାରୁ ନାହାନ୍ତି ତେବେ ରବିବାର ଦିନଟି ତାଙ୍କୁ ପୂଜା କରନ୍ତୁ l ଯଦି ଆପଣ ଏହି ଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଛନ୍ତି ତେବେ ଆପଣଙ୍କର ସମସ୍ତ ମନସ୍କାମନା ପୁର୍ଣ ହୋଇଥାଏ l ଏହି ଦିନ ଆପଣ ସୂର୍ଯ୍ୟ ଦେବତାଙ୍କୁ ନିଷ୍ଠା ଭାବରେ ଉପାସନା କରିବା ଦ୍ୱାରା ଆପଣଙ୍କୁ ବୁଦ୍ଧି ,ବିଦ୍ୟା ,ବଳ ,ତେଜ ଓ ବୈଭବ ପ୍ରାପ୍ତି ହେବ l ସୂର୍ଯ୍ୟଙ୍କୁ ଜ୍ୟୋତିଷ ଶାସ୍ତ୍ରରେ ଆତ୍ମା ,ମାନ ପ୍ରତିଷ୍ଠା ଅଧିକାରୀ ବୋଲି ଗଣନା କରାଯାଇଥାଏ l କୁହାଯାଏ ଯେ ସୂର୍ଯ୍ୟ ଦେବତା ପ୍ରଶନ ହେଲେ ଭାଗ୍ୟ ଖୋଲି ଯାଇଥାଏ l

ସୂର୍ଯ୍ୟଙ୍କର ଉପାସନା ଦ୍ୱାରା ପୁରୁଣା କାଳରେ ରୁଷି ମୁନି ମାନେ ଶକ୍ତି ଓ ତେଜ ପ୍ରାପ୍ତ କରୁଥିଲେ l ତେଣୁକରି ଆଜିକାଲି ଦୁନିଆର ବ୍ୟକ୍ତି ମାନଙ୍କ ପାଇଁ ଶାନ୍ତି ଓ ସମୃଦ୍ଧି ନିହାତି ଆବଶ୍ୟକ ତେଣୁ ରବିବାର ଦିନ ଏହି ପରି କିଛି ଉପାୟ ଅବଲମ୍ବନ କଲେ ସୂର୍ଯ୍ୟଙ୍କ କୃପା ଲାଭ ହେବ l

* ଗାଈକୁ ରୁଟି ଖୁଆନ୍ତୁ -ସନାତନ ଧର୍ମରେ ଗାଈଙ୍କୁ ଅତ୍ୟନ୍ତ ପୂଜନୀୟ ଭାବରେ ଗ୍ରହଣ କରାଯାଏ l କୁହାଯାଏ ଯେ ଗାଈ ମାନଙ୍କ ଶରୀରର ୩୩ କୋଟି ଦେବାଦେବୀ ବାସ କରନ୍ତି l ଏହି କାରଣରୁ ରବିବାର ଦିନ ସକାଳ ସମୟରେ ଆପଣ ଗୋ ମାତାଙ୍କୁ ରୁଟି ଖୁଆଇବା ସହିତ ତାଙ୍କର ସେବା କରନ୍ତୁ ,ଏହା ଦ୍ୱାରା ସୂର୍ଯ୍ୟ ଦେବତା ପ୍ରସନ ହେବେ l ଏମିତିରେ ଦେଖିବାକୁ ଗଲେ ଗାଈଙ୍କୁ ଖାଇବାକୁ ଦେବା ପ୍ରତେକ ଦିନ ଶୁଭ ଫଳ ମିଳିବ କିନ୍ତୁ ଆପଣ ଯଦି ପ୍ରତେକ ଦିନ ନକରି ପାରୁଛନ୍ତି କେବଳ ରବିବାର ଦିନ ଏହି ଉପାୟ ଅବଲମ୍ବନ କରି ସୂର୍ଯ୍ୟ ଦେବଙ୍କ କୃପା ଲାଭ କରନ୍ତୁ l

* ଜଳରେ ସିନ୍ଦୁର ଓ ଲାଲ ଫୁଲ ଦିଅନ୍ତୁ -ସୂର୍ଯ୍ୟ ଦେବତାଙ୍କୁ ଆଲୋକର ଦେବତା କୁହାଯାଏ ,ସେ ଆମ ଜୀବନକୁ ପ୍ରକାଶ କରିଥାନ୍ତି l ତାଙ୍କୁ ଲାଲ ରଙ୍ଗ ଖୁବ ଭଲଲାଗେ l ତେଣୁ ଜ୍ୟୋତିଷ ଶାସ୍ତ୍ରରେ କୁହ ଯାଇଛି ସୂର୍ଯ୍ୟଙ୍କୁ ଜଳ ଦେବା ପୂର୍ବରୁ ସେଥିରେ ଲାଲ ସିନ୍ଦୁର ସହିତ ଲାଲ ରଙ୍ଗର ମନ୍ଦାର ଫୁଲ ଅର୍ଘ୍ୟ ଭାବରେ ଅର୍ପଣ କରନ୍ତୁ l ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବା ପରେ ଏହି ଜଳରୁ କିଛି ଅଂଶ ବରଗଛରେ ମଧ୍ୟ ଅର୍ପଣ କରନ୍ତୁ l ଏହା ଦ୍ୱାରା ସୂର୍ଯ୍ୟ ଦେବତା ପ୍ରସନ ହୁଅନ୍ତି l ଏହି କାର୍ଯ୍ୟକୁ ଆପଣ ରବିବାର ଦିନ କଲେ ଘରେ ଐଶ୍ଵର୍ଯ୍ୟ ଲାଭ ହେବ ଓ ଧନପ୍ରାପ୍ତି ହେବ l

* ମାଛ ମାନଙ୍କୁ ଅଟା ଗୁଳି ଖୁଆନ୍ତୁ -ଯେପରିକି ପାଣିର ସମ୍ପର୍କ ସୂର୍ଯ୍ୟ ଦେବତାଙ୍କ ସହିତ ରହିଛି ତେଣୁ ତାଙ୍କ କୃପା ଲାଭ କରିବା ପାଇଁ ରବିବାର ଦିନ ମାଛ ମାନଙ୍କୁ ଅଟାରେ ପ୍ରସ୍ତୁତ ଛୋଟ ଛୋଟ ଗୁଳି କରି ଖାଇବାକୁ ଦିଅନ୍ତୁ l ରବିବାର ଦିନ ଆପଣ ଯଦି ମାଛକୁ ଖାଇବାକୁ ଦେବେ ତେବେ ଆପଣଙ୍କର ସମସ୍ତ ରିଷ୍ଟ ଖଣ୍ଡନ ହେବ ଓ ଘରେ ଶାନ୍ତି ପ୍ରତିଷ୍ଠା ହେବ l ଆପଣ ଚାହିଁଲେ ରବିବାର ଦିନ ପିମ୍ପୁଡ଼ିଙ୍କୁ ଚିନି ମଧ୍ୟ ଖାଇବାକୁ ଦେଇ ପାରିବେ l ଏହା ଦ୍ୱାରା ମଧ୍ୟ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆସିବ l

Show More

Related Articles

Back to top button