ସ୍ୱାସ୍ଥ୍ୟ

ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଯାଇ ଏହି ଖାଦ୍ୟ ଖାଉଥିଲେ ହୋଇଯାଆନ୍ତୁ ସାବଧାନ

ସୁସ୍ଥ ରହିବା ପାଇଁ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ l ଏମିତିରେ ଆମକୁ ଅଧିକ ଭୋକ ଲାଗିବା ଦ୍ୱାରା ଆମେ ଯେ କୌଣସି ଜିନିଷ ଖାଇ ଦେଇଥାଉl ପଛରେ ଆମେ ଚିନ୍ତା କରିଥାଉ ଯେ କଣ ପାଇଁ ଆମେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲୁ ନାହିଁ l ତେଣୁ ଖାଇବା ପୂର୍ବରୁ ଟିକେ ଚିନ୍ତା କରି ଖାଆନ୍ତୁ l

ହୋଇପାରେ ଯେ କୌଣସି ସମସ୍ୟା :

ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଖାଇବା ଜିନିଷ ମିଳୁଛି l ଏହା ସହିତ ଅଧିକାଂଶ କମ୍ପାନୀ ଡବାରେ ବନ୍ଦ ଥିବା ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ମଧ୍ୟ ବିକ୍ରି କରୁଛନ୍ତି l ଯୁବ ସମାଜ ଭିତରେ ଏହି ପ୍ରକାରର ଖାଦ୍ୟର ଖୁବ ଚାହିଦା ରହିଛି l ଅଧିକାଂଶ ଯୁବକ ଏହି ଖାଦ୍ୟରେ ଥିବା ପୋଷାକ ତତ୍ୱ ବିଷୟରେ ଚିନ୍ତା ନକରି ଅଧିକ ମାତ୍ରାରେ ଏହାକୁ ସେବନ କରୁଛନ୍ତି l ଅନେକ ଥର ଡବା ବନ୍ଦ ଖାଦ୍ୟ ଓ ଫାଷ୍ଟ ଫୁଡ ଯୋଗୁଁ ଯୁବକ ମାନେ ପୌଷ୍ଟିକ ଖାଦ୍ୟ ମଧ୍ୟ ଖାଇ ପାରନ୍ତି ନାହିଁ ଓ ଦିନ ସାରା ଏହି ଭଳି ଖାଦ୍ୟ ଖାଇଥାନ୍ତି l ଏହାଦ୍ୱାରା ଶରୀରରେ ମୋଟାପଣ ,ଏସିଡ଼ିଟି ,ଗ୍ୟାସ ଓ ବଦହଜମି ସମସ୍ୟା ଦେଖା ଦେଇଥାଏ l

ପରେ ଖରାପ ପ୍ରଭାବ ପକାଇଥାଏ –

ଯୁବକ ଅବସ୍ଥାରେ ଶରୀରର ବିକାଶ ଦ୍ରୁତ ଗତିରେ ହୋଇଥାଏ l ଯଦି ଏହି ସମୟରେ ପୌଷ୍ଟିକ ନଖାଇବେ ତେବେ ଆଗକୁ ଯାଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ l ଆଜିକାଲିର ଯୁବପିଢ଼ି ଜିମ୍ ଯାଇ ନିଜକୁ ଗୋଟିଏ ପଟେ ଫିଟ୍ ରଖିବାକୁ ଚାହୁଁଥିବା ବେଳେ ଅନ୍ୟ ପଟରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଉଛନ୍ତି l ଅଧିକାଂଶ ଯୁବକ ଦୁଗ୍ଧ ,ଦହି ଓ ଫଳ ଇତ୍ୟାଦି ଖାଇବାକୁ ଇଛା କରି ନଥାନ୍ତି l ଯଦି ସ୍ୱାସ୍ଥ୍ୟ ଦୃଷ୍ଟିରୁ ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ନଖାଇବା ତେବେ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇବା ନାହିଁ l ତେଣୁ ବଜାରର ଖାଦ୍ୟ ଠାରୁ ଘରେ ପ୍ରସ୍ତୁତ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ଅନେକ ମାତ୍ରାରେ ହିତକର l ଆମେ ଯଦି ପୋଷାକ ତତ୍ୱ ଯୁକ୍ତ ଖାଦ୍ୟ ଖାଇବା ତେବେ ବୋଧହୁଏ ଆମକୁ ବଜାରରେ ମିଳୁଥିବା ମଲ୍ଟି ଭିଟାମିନ ଔଷଧ ଗୁଡିକ ପାଖରୁ ଦୁରେଇ ରଖିବା lତେଣୁକରି ଅଠର ଯେବେବି ବାହାରେ ମିଳୁଥିବା ବିଭିନ୍ନ କମ୍ପାନୀର ଖାଦ୍ୟ ଖାଇବାକୁ ଯାଉଛନ୍ତି ତା ପୂର୍ବରୁ ଥରେ ଚିନ୍ତା କରନ୍ତୁ l ବାହାରେ ମିଳୁଥିବା ଖାଦ୍ୟ ପାଟି ପାଇଁ ସ୍ୱାଦ ଯୁକ୍ତ ହୋଇଥିଲେ ମଧ୍ୟ ଶରୀର ପାଇଁ ଲାଭ ଦାୟକ ନୁହେଁ l

Show More

Related Articles

Back to top button