ଜୀବନଚର୍ଯ୍ୟାଦେଶ ବିଦେଶ

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ଖୁସି ଓ ସମୃଦ୍ଧି ରଖିବା ପାଇଁ : ଏହି ସବୁ କଥାକୁ ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଆମ ହିନ୍ଦୁ ଧର୍ମରେ ଅନେକ ମହତ୍ୱ ରହିଛି l ଏହା ଅନେକ ଯୁଗରୁ ଆମ ପୂର୍ବ ପୁରୁଷଙ୍କ ଦ୍ୱାରା ଅନୁସରଣ କର ଯାଇଛି

ଆଜିକାଲି ଆପଣ ଦେଖୁଥିବେ ରାଜ ପ୍ରସାଦ ଭଳି ବଡ଼ ବଡ଼ ଘର ରହିଥିଲେ ମଧ୍ୟ ସୁଖ ଶାନ୍ତି ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ l କେବଳ ଘର ତିଆରି କରି ନେବା ବଡ଼କଥା ନୁହେଁ ,ବରଂ ତାର ବାସ୍ତୁ ସମସ୍ୟାକୁ ଦୂର କରିବା ଉଚିତ l ବାସ୍ତୁ ଶାସ୍ତ୍ରର ବୈଜ୍ଞାନିକ କାରଣ ଏହା ରହିଛି ଯେ ଘରେ ସର୍ବଦା ସାକାରାତ୍ମକ ଶକ୍ତି ରହିବା ଓ ନକାରାତ୍ମକ ଶକ୍ତି ଦୁରେଇ ଯିବା l ଆସନ୍ତୁ ଜାଣିବା ଘରେ ଖୁସି ଓ ସମୃଦ୍ଧି ପାଇଁ କେଉଁ କଥାର ଦୟାନ ରଖିବା ଉଚିତ l

* ବାସ୍ତୁ ବିଜ୍ଞାନ ଅନୁସାରେ ଘରର ସିଢି ତଳେ କୌଣସି ନିର୍ମାଣ କାର୍ଯ୍ୟ କରିବା ଠିକ ନୁହେଁ ଓ ସେଠାରେ କୁନାସି ପ୍ରକାରର ଆବର୍ଜନା ବସ୍ତୁ ରଖିବା ଠିକ ନୁହେଁ l ପାଣି ନଳର ସ୍ଥାନ ସବୁବେଳେ ଉତର ଦିଗକୁ ରହିବ ଉଚିତ ଏପରି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଢିଥାଏ l

* ଘରେ କେବେବି ଵିମ କିମ୍ବା ପିଲର ତଳେ ଶୋଇବା ଉଚିତ ନୁହେଁ l ତା ସହିତ ଧ୍ୟାନ ରଖନ୍ତୁ ଯେ ଘରର ମଧ୍ୟ ଭାଗରେ କୌଣସି ଓଜନିଆ ଜିନିଷ ରଖିବା ଠିକ ନୁହେଁ l କାରଣ ଏହି ସ୍ଥାନ ବ୍ରହ୍ମ ସ୍ଥାନ ଅଟେ ତେଣୁ ତାହାକୁ ଖାଲି ରଖିବା ଉଚିତ l

* ଘରର କାନ୍ଥରେ ଆଇନ ଲଗାଇବା ସମୟରେ ଏହି କଥାର ଦୟାନ ରଖନ୍ତୁ କି ଦର୍ପଣ ପୁରା ଉପରକୁ କିମ୍ବା ପୁରା ତଳକୁ ରହିବା ଠିକ ନୁହେଁ l ଏପରି କରିବା ଦ୍ୱାରା ଘରେ ସଦସ୍ୟ ମାନଙ୍କର ମୁଣ୍ଡ ବିନ୍ଧାର ସମସ୍ୟା ଦେଖାଯାଏ l ଏମିତିରେ ମଧ୍ୟ ଶୋଇବା ଖଟର ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ l ଏହା ଦ୍ୱାର ଅନେକ ଅସୁବିଧା ଭୋଗିବାକୁ ପଡେ l

* ଘରେ କେବେବି ରକ୍ତ ରଂଜିତ ଚିତ୍ର ,ଯୁଦ୍ଧ ଚିତ୍ର କିମ୍ବା ଦେବାଦେବୀଙ୍କର ଉଗ୍ର ରୂପର ଚିତ୍ର ,ଜୀବଜନ୍ତୁଙ୍କର ହିଂସ୍ର ଚିତ୍ର ଲଗାଇବା ଉଚିତ ନୁହେଁ l ଏପରି ଚିତ୍ର ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଝଗଡା ବଢିଥାଏ l

* ଘରର କାନ୍ଥକୁ କେବେବି ରକ୍ତ ପରି ଲାଲ ରଙ୍ଗରେ ରଙ୍ଗାନ୍ତୁ ନାହିଁ l ଯଦି ଏପରି ରଙ୍ଗ କେଉଁ କାନ୍ଥରେ ଲଗାଇଛନ୍ତି ତାର ସାମ୍ନା କାନ୍ଥରେ କୌଣସି ହାଲୁକା ରଙ୍ଗ ଲଗାନ୍ତୁ l ତା ସହିତ ଧ୍ୟାନ ରଖନ୍ତୁ ଯେ ରୋଷେଇ ଘରେ କେବେବି ଗ୍ୟାସ ଚୁଲା ଓ ପାଣି ସିଂଙ୍କ ଗୋଟିଏ ଦିଗକୁ ହୋଇ ନଥାଉ ଯଦି ଏପରି ହୋଇଛି ତେବେ ଧନ ସମ୍ବଧୀୟ ସମସ୍ୟା ଦେଖା ଦେବ l

Show More

Related Articles

Back to top button