ସ୍ୱାସ୍ଥ୍ୟ

ଆପଣ ଖାଉଥିବା ପୋଟଳରେ ରହିଛି ଅନେକ ସ୍ୱାସ୍ଥ୍ୟକର ଗୁଣ

ଜାଣନ୍ତୁ କେଉଁ ରୋଗରୁ ଉପଶମ ମିଳେ

ଆମେମାନେ ପ୍ରାୟତଃ ସମସ୍ତ ପାରିବl ଖାଇଥାଉ ଓ ତାର ସ୍ୱାଦ ମଧ୍ୟ ନେଇଥାଉ,ସେଥି ମଧ୍ୟରୁ ପୋଟଳ ହେଉଛି ସମସ୍ତ ଙ୍କର ଗୋଟିଏ ପ୍ରିୟ ପାରିବl l ଏହି ପରିବାଟି ଦେଖିବାକୁ ଦେଖିବାକୁ ବହୁତ ଛୋଟ କିନ୍ତୁ ଏହାକୁ ଖାଇଲେ ଶରୀରକୁ ଲାଭା ମିଳିଥାଏ l ପୋଟଳର ବୈଜ୍ଞାନିକ ନାମ ହେଲା ଡାୟୋଇକା ରୋକସବ l ବିଭିନ୍ନ ପ୍ରକାର ଗବେଷଣାରୁ ଜଣା ପଡିଛି ଯେ ପୋଟଳରେ ଔଷଧୀୟ ଗୁଣ ରହିଛି l ଆମେ ପୋଟଳ ବିଷୟରେ ଆଗକୁ ବଢିବା ପୂର୍ବରୁ ଆପଣଙ୍କୁ କହି ରଖୁଛୁ ଯେ ପୋଟଳ ଦ୍ୱାରା କୌଣସି ରୋଗର ଉପଚାର ହୁଏ ନାହିଁ , ଏହା କେବଳ ଆମ ଶରୀରରେ ରୋଗର ପ୍ରଭାବକୁ କମ କରିଥାଏ l

* ରକ୍ତରେ ଗ୍ଲୁକୋଜ ସ୍ତରକୁ କମ କରେ – ମଧୁମେହର ସମସ୍ୟା ଥିବା ଲୋକମାନେ ପୋଟଳ ଖାଇବା ଆବଶ୍ୟକ l କାରଣ ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ପୋଟଳରେ ଆଣ୍ଟିହାଇପର ଗ୍ଲିସେମିକ ଗୁଣ ରହିଛି l ଏହି ଗୁଣ ରକ୍ତରେ ଗ୍ଲୁକୋଜ ସ୍ତରକୁ କମ କରିବାରେ ସାହାଯ୍ୟ କରିଥାଏ l NCBI ର ୱେବ୍ ସାଇଡ ପକ୍ଷରୁ ପ୍ରକାଶିତ ଏକ ତଥ୍ୟ ଅନୁସାରେ କିଛି ମୂଷାଙ୍କୁ ପୋଟଳର ଜୁସ ପିଇବାକୁ ଦିଆ ଯାଇଥିଲା l କିଛିଦିନ ପରେ ଦେଖାଗଲାଯେ ମୂଷା ମାନଙ୍କର ରକ୍ତରେ ଗ୍ଲୁକୋଜ କମିଯାଇଛି l ଏହାକୁ ଆଧାର କରି ବିଶେଷଜ୍ଞ ମାନେ କହିଛନ୍ତି ଯେ ପୋଟଳ ରକ୍ତରେ ଥିବା ଗ୍ଲୁକୋଜକୁ କମ କରିଥାଏ l

* ରକ୍ତକୁ ସଫା ରଖେ – ଆୟୁର୍ବେଦ ଅନୁସାରେ ପୋଟଳ ରକ୍ତକୁ ସଫା ରଖିଥାଏ ,ଏବଂ ଏହା ସାମ୍ବଦିତ ଅନେକ ରୋଗକୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ l ପୋଟଳରେ ବ୍ଲଡ଼ ପିଉରୀଫାୟର ଗୁଣ ରହିଛି l

* ଜଣ୍ଡିସର ଉପଚାର ପାଇଁ ଲାଭଦାୟକ -ଜଣ୍ଡିସ ଭଳି ମାରାତ୍ମକ ରୋଗରୁ ଦୁରେଇ ରହିବ ପାଇଁ ପୋଟଳ ଲାଭ ଦାୟକ l ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ ପୋଟଳ ଲତାର ଚେର ,ଫୁଲ ଓ ଫଳ ଜଣ୍ଡିସ ପାଇଁ ବ୍ୟବହାର କରାଯାଇ ପାରିବ l ଜଣ୍ଡିସର ସଂକ୍ରମଣରୁ ରକ୍ଷା କରିବା ପାଇଁ ପୋଟଳ ଗଛର ଚେର ଅତ୍ୟନ୍ତ ଲାଭକାରୀ l

* ପାଚନ ତନ୍ତ୍ରକୁ ଠିକ କରେ -ଔଷଧୀୟ ଗୁଣରେ ଭରପୁର ପୋଟଳ ସେବନ କରିବା ଦ୍ୱାରା ପଚାନା ତନ୍ତ୍ର ଠିକ ରହିଥାଏ l ପୋଟଳରେ ଆଣ୍ଟିଅଲସର ଗୁଣ ରହିଛି ,ଯାହା ପେଟରେ ଅଲସର ହେବାକୁ ଦିଏ ନାହିଁ ଓ ଖାଦ୍ୟକୁ ମଧ୍ୟ ହଜମ କରିବାରେ ସାହାଯ୍ୟ କରେ l

* କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରେ -ପୋଟଳରେ ଆଣ୍ଟିହାଇପାର ଲେପିଡେ଼ମିକ ଗୁଣ ରହିଛି ,ଯାହା ରକ୍ତରେ ଥିବା କୋଲେଷ୍ଟ୍ରଲ ସ୍ତରକୁ କମ କରିବାରେ ସାହାଯ୍ୟ କରେ l ବିଶେଷଜ୍ଞ ମାନଙ୍କ ମ,ଅଟାରେ ଯଦି ଆମେ ପୋଟଳର ଜୁସ କୁ ସକାଳୁ ଖାଲିପେଟାରେ ପିଉଛେ ତେବେ ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହେବ l

Show More

Related Articles

Back to top button