ଓଡ଼ିଶାମୁଖ୍ୟ ଖବର

ଖୋଲିବକି ଷଷ୍ଠରୁ ଅଷ୍ଟମ ! ରିପୋର୍ଟ ତର୍ଜମା ପରେ ନିଆଯିବ ନିଷ୍ପତ୍ତି: ମନ୍ତ୍ରୀ

ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ପ୍ରତିକ୍ରିୟା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମନ୍ତ୍ରୀ କହିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ରିପୋର୍ଟ ଆମର ହସ୍ତଗତ ହୋଇନି ।

ରିପୋର୍ଟ ମିଳିବା ପରେ ଏନେଇ ତର୍ଜମା କରାଯିବ । କୋଭିଡର ତୃତୀୟ ଲହର ଓ ଶିଶୁଙ୍କ ଆକ୍ରାନ୍ତ ଖବର ସାମ୍ନାକୁ ଆସୁଥିବାରୁ ଏନେଇ ତର୍ଜମା କରାଯିବ ।ଏହାପରେ ଯାହା ନିଷ୍ପତ୍ତି ନିଆଯିବ । ସେପଟେ ସ୍କୁଲ ଖୋଲିବା ନେଇ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ଦାବି କରିଛନ୍ତି । ସୂଚନା ଥାଉ କି, ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିବା ପରେ ସରକାର ପାଠପଢା ନେଇ ବଡ ନିଷ୍ପତ୍ତି ନେଇଥିଲେ । ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିଥିବା ବେଳେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିଥିଲା ଗଣଶିକ୍ଷା ବିଭାଗ ।

ଏଥି ସହିତ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ ବୋଲି ମଧ୍ୟ ଗଣଶିକ୍ଷା ବିଭାଗ କହିଥିଲା । କିନ୍ତୁ ଏବେର କରୋନା ସ୍ଥିତିକୁ ବିଚାର କରି ରାଜ୍ୟ ଶିଶୁ ଆୟୋଗ ସ୍କୁଲ୍‌ ଖୋଲିବାକୁ ସୁପାରିଶ କରିଛନ୍ତି । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଗଣଶିକ୍ଷା ବିଭାଗକୁ ଆୟୋଗ ସୁପାରିଶ କରିଥିବା ସୂଚନା ଦେଇଛନ୍ତି।

Show More

Related Articles

Back to top button