ଓଡ଼ିଶାମୁଖ୍ୟ ଖବର

ଆସନ୍ତା ୨୩ରୁ ଖୋଲିବ ଭଦ୍ରକର ସମସ୍ତ ଧର୍ମାନୁଷ୍ଠାନ

ମାନିବାକୁ ପଡିବ କୋଭିଡ୍ କଟକଣା

ଖୋଲିବ ସମସ୍ତ ଧର୍ମାନୁଷ୍ଠାନ, କିନ୍ତୁ ମାନିବା ପାଇଁ ପଡିବ କୋଭିଡ଼ କଟକଣା । ଆସନ୍ତା ୨୩ ତାରିଖରୁ ଖୋଲିବ ଭଦ୍ରକ ଜିଲ୍ଲାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର, ଏଥିସହ ଜିଲ୍ଲାର ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକ ଭକ୍ତମାନଙ୍କ ପାଇଁ ଖୋଲାଯିବ । ସମସ୍ତ ଧାର୍ମିକ ଅନୁଷ୍ଠାନଗୁଡିକରେ କୋଭିଡ୍ କଟକଣା ବଳବତ୍ତର ରହିବ । ପ୍ରତ୍ୟେକ ଦିନ ସକାଳ ୬ରୁ ରାତି ୮ ଘଟିକା ପର୍ଯ୍ୟନ୍ତ ମନ୍ଦିରଗୁଡିକ ଭକ୍ତମାନଙ୍କ ପାଇଁ ଖୋଲା ରହିବ ।

ପରିମଳ ଉଦ୍ଦେଶ୍ୟରେ ପ୍ରତ୍ୟେକ ଶନିବାର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଭକ୍ତ ଓ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କରୋନା କଟକଣା ପାଇଁ ଦୀର୍ଘ ମାସ ଧରି ଜିଲ୍ଲାରେ ଧାର୍ମିକ ଅନୁଷ୍ଠାନଗୁଡିକ ବନ୍ଦ ରହିଥିଲା ।

Show More

Related Articles

Back to top button