ସ୍ୱାସ୍ଥ୍ୟ

ଇମ୍ୟୁନିଟି ଷ୍ଟ୍ରଙ୍ଗ୍ ହେବା ପାଇଁ ଜରୁରୀ ଅଟେ ଭିଟାମିନ୍ ସି’, ଖାଆନ୍ତୁ ଏହି ଜିନିଷ

କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ସମସ୍ତେ ନିଜର ସ୍ୱାସ୍ଥ୍ୟ ଏବଂ ଇମ୍ୟୁନିଟିକୁ ନେଇ ସଚେତନ ହୋଇଛନ୍ତି

ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଉତ୍ତମ ଖାଦ୍ୟ, ଏକ୍ସରସାଇଜ୍ ଏବଂ ଯୋଗ ଅନୁସରଣ କରୁଛନ୍ତି, କିନ୍ତୁ ଏଥି ମଧ୍ୟରେ ଆମେ ଆପଣଙ୍କୁ ଏପରି ଭିଟାମିନ୍ ବିଷୟରେ କହିବୁ, ଯାହା ଡାକ୍ତରମାନେ ମଧ୍ୟ ଏହାର ଗ୍ରହଣ ଉପରେ ଗୁରୁତ୍ୱ ଦେଉଛନ୍ତି । ତେବେ ଚାଲନ୍ତୁ ଜାଣିବା ଭିଟାମିନ୍ ସି ବିଷୟରେ –
ଡାକ୍ତରମାନେ ଏହା ମଧ୍ୟ ବିଶ୍ୱାସ୍ କରନ୍ତି ଯେ ଭିଟାମିନ୍ ସି ଏବଂ ଜିଙ୍କ କୋଭିଡ -୧୯ ରୋଗର ମୁକାବିଲା କରିବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଏକ ନୂତନ ଅନୁସନ୍ଧାନରେ କୁହାଯାଇଛି ଯେ ଥଣ୍ଡା ଏବଂ ଫ୍ଲୁର ଗମ୍ଭୀରତାକୁ କମ୍ କରିବା କିମ୍ବା ମୁକାବିଲା କରିବା ପାଇଁ ଜିଙ୍କ ଏବଂ ଭିଟାମିନ୍ ସି ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ ।ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଡାକ୍ତରଙ୍କ ଅନୁଯାୟୀ ରୋଗୀଙ୍କୁ କରୋନା ଅବଧିରେ ଭିଟାମିନ୍-ସି ଏବଂ ଜିଙ୍କ ଟାବଲେଟ୍ ନେବାକୁ ପରାମର୍ଶ ଦିଆଯାଇଛି ।

ଲେମ୍ବୁ, କମଳା, ଅଁଳା ପରି ସାଇଟ୍ରସ୍ ଫଳଗୁଡ଼ିକ ଭିଟାମିନ୍ ସି ର ପ୍ରାକୃତିକ ଉତ୍ସ । ଲେମ୍ବୁ ଭିଟାମିନ୍ ସି ର ଏକ ଉତ୍ତମ ଉତ୍ସ । କମଳା ଖାଇବା ଦ୍ୱାରା ଭିଟାମିନ୍ ସି ସହିତ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ମିଳିଥାଏ । ତେଣୁ କରୋନାର ଏହି ଅବଧିରେ, ଲୋକମାନେ ଭିଟାମିନ୍ ସି ଯୁକ୍ତ ଏହି ଫଳ ବ୍ୟବହାର କରିବା ଉଚିତ ଯାହା ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିଥାଏ ।
– ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଚାହୁଁଛନ୍ତି, ତେବେ ସାଇଟ୍ରସ୍ ଫଳ ଖାଆନ୍ତୁ । ଏହି ସାଇଟ୍ରସ୍ ଫଳଗୁଡିକ ହେଉଛି କମଳା, ଲେମ୍ବୁ, ମାଲାଟା, ପିଜୁଳି, ଅଙ୍ଗୁର, ଅମୃତଭଣ୍ଡା, ତରଭୁଜ ଷ୍ଟ୍ରବେରୀ, ଏବଂ ପନିପରିବାରେ ବ୍ରୋକୋଲି ।

-ଭିଟାମିନ୍ ସି ହାଇ ବ୍ଲଡ୍ ପ୍ରେସରକୁ କଣ୍ଟ୍ରୋଲ୍ କରିଥାଏ । ସ୍କିନ୍ ସ୍ମୁଥ କରିବା ସହିତ ମେଟାବୋଲିଜିମକୁ ମଧ୍ୟ ବଢାଇଥାଏ ।

-ଭିଟାମିନ୍ ସି ଓଜନ କମାଇବାରେ ସାହାଯ୍ୟ କରିଥାଏ ।

-ଇମ୍ୟୁନିଟି ସିଷ୍ଟମକୁ ସୁସ୍ଥ ରଖିବା ପାଇଁ ଆପଣଙ୍କର ଖାଦ୍ୟ-ପେୟରେ ଭିଟାମିନ୍ ସି’କୁ ସାମିଲ କରୁନ୍ତୁ, ଯେପରିକି ଷ୍ଟ୍ରବେରୀ, ବ୍ରୋକଲି ଇତ୍ୟାଦି ।

Show More

Related Articles

Back to top button