ବାଣିଜ୍ୟମୁଖ୍ୟ ଖବର

ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଆକ୍ରାନ୍ତଙ୍କ ସଂଖ୍ୟାରେ ଆଜି ସବୁ ରେକର୍ଡ ଭାଙ୍ଗିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଲୋକେ ଛାନିଆ

ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ଦୋକାନ ବନ୍ଦ ରହିବ। ଏନେଇ ରାଜ୍ୟ ବ୍ୟବସାୟୀ ମହାସଂଘ ଶୁକ୍ରବାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମହାସଂଘ ଏହି ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିବା ସୂଚନା ଦିଆଯାଇଛି। ଏ ବିଷୟରେ ମହାସଂଘର ସଂପାଦକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଆସନ୍ତା ୩ ତାରିଖରୁ କଟକର ସମସ୍ତ ଦୋକାନ ବଜାର ଅପରାହ୍ନ ୨ ଟା ଯାଏଁ ଖୋଲାରହିବ ବୋଲି ବିଭିନ୍ନ ବ୍ୟବସାୟୀ ସଂଘ ଓ ପୂଜା କମିଟି ତରଫରୁ ନିଷ୍ପତ୍ତି ହୋଇଥିଲା। ପ୍ରଶାସନ ମଧ୍ୟ ଏଥିରେ ସହମତ ପ୍ରକାଶ କରିଛି । ମେଡିସିନ୍ ଦୋକାନ ବ୍ୟତୀତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ, ମାଲଗୋଦାମ ଏବଂ ଛତ୍ରବଜାରରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପ୍ରତିଦିନ ଅପରାହ୍ନ ୨ଟା ପରେ ବନ୍ଦ ରହିବ । ଏହି ନିଷ୍ପତ୍ତି ଆସନ୍ତା ୩ ତାରିଖରୁ ୧୮ ତାରିଖ ଯାଏଁ ବଳବତ୍ତର ରହିବ ।

Show More

Related Articles

Back to top button