ଦେଶ ବିଦେଶସ୍ୱାସ୍ଥ୍ୟ

ଏହି ଲକ୍ଷଣରୁ ଜାଣନ୍ତୁ ଶରୀରରେ କିପରି କାମ କରୁଛି କରୋନା ଭ୍ୟାକ୍ସିନ୍

କରୋନା ସଂକ୍ରମଣର ଦ୍ୱିତୀୟ ଲହର ଅନେକ ଜୀବନ ନେଇ ସାରିଲାଣି । ଏଥିରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ଭ୍ୟାକ୍ସିନ୍ ନେବା । ଅନେକ ଲୋକ ଏହି ଭ୍ୟାକ୍ସିନର ସାଇଡ ଇଫେକ୍ଟକୁ ଡରି ଏହାକୁ ନେବା ପାଇଁ ଡରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହାର ସାଇଡ୍ ଇଫେକ୍ଟରୁ ହିଁ ଜଣାପଡିଥାଏ କି ଭ୍ୟାକ୍ସିନ୍ ଶରୀରରେ କାମ କରୁଛି

ଆମେରିକାର ଏପିଡେମୋଲୋଜିଷ୍ଟ ତଥା ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଆନ୍ଥୋନି ଫାଉଚି ଏକ ଇଣ୍ଟରଭ୍ୟୁରେ କହିଛନ୍ତି, ‘ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ଲାଗିବା ପରେ ଟିକିଏ ଯନ୍ତ୍ରଣା ହୋଇଥାଏ । ବେଳେବେଳେ ଏହା ମଧ୍ୟ ଥଣ୍ଡା ଅନୁଭବ କରାଇଥାଏ । ଏହା ସୂଚିତ କରେ ଯେ ଆପଣଙ୍କର ଇମ୍ୟୁନ୍ ସିଷ୍ଟମ୍ ଶୀଘ୍ର କାମ କରୁଛି । ‘ଫାଉଚି କହିଛନ୍ତି, ‘ଯେତେବେଳେ ସେ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ ନେଇଥିଲେ, ସେତେବେଳେ ତାଙ୍କୁ ଥକା ଲାଗୁଥିଲା, ଶରୀରରେ ଯନ୍ତ୍ରଣା ଏବଂ ଥଣ୍ଡା ଅନୁଭବ କରିଥିଲେ । ମାତ୍ର ଗୋଟିଏ ଦିନ ପରେ ଏହି ଲକ୍ଷଣଗୁଡ଼ିକ ଦୂର ହୋଇଯାଇଥିଲା । ‘

ଫାଉଚିଙ୍କ ଅନୁଯାୟୀ ଏହି ଭ୍ୟାକ୍ସିନ୍ ବିଭିନ୍ନ ଲୋକଙ୍କ ଉପରେ ଭିନ୍ନ ପ୍ରଭାବ ପକାଇଥାଏ । କିଛି ଲୋକଙ୍କୁ ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେବା ପରେ ଅଧିକ ସାଇଡ୍ ଇଫେକ୍ଟ ଅନୁଭବ କରିଥିଲେ । ଏହାର କାରଣ ହେଉଛି ପ୍ରଥମ ଡୋଜ ପରେ, ଆପଣଙ୍କର ଇମ୍ୟୁନ୍ ସିଷ୍ଟମ ଭାଇରସର ଚିହ୍ନଟ କରିସାରିଥାଏ । ତା’ପରେ ଯେତେବେଳେ ଦ୍ୱିତୀୟ ଡୋଜ୍ ପ୍ରୟୋଗ ହୁଏ, ଏହା ଶୀଘ୍ର କାମ କରିଥାଏ । ଏହି କାରଣରୁ, ଶରୀରର ତାପମାତ୍ରା ବଢିଯାଏ ଏବଂ ଜ୍ୱର ଆଉ ଥକାପଣ ଅନୁଭବ ହୋଇଥାଏ ।ଭ୍ୟାକ୍ସିନ୍ ନେବା ପରେ ଯଦି ଆପଣ ଜ୍ୱର, ଥକାପଣ ଏବଂ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ତରଳ ପଦାର୍ଥ ନିଅନ୍ତୁ ଏବଂ ବିଶ୍ରାମ କରନ୍ତୁ । ବେଳେବେଳେ, ଭ୍ୟାକ୍ସିନ୍ ନେବା ପରେ ବାହୁରେ ଫୁଲା ଦେଖାଯାଏ । ଏଥିରେ ଭୟଭୀତ ହୁଅନ୍ତୁ ନାହିଁ ।

Show More

Related Articles

Back to top button