ସ୍ୱାସ୍ଥ୍ୟ

ଶରୀର ଓଜନ କମେଇବା ପାଇଁ ନିୟମିତ କରନ୍ତୁ ମର୍ଣ୍ଣିଙ୍ଗ ୱାକ୍‌

ଜାଣନ୍ତୁ ଏହାର ସଠୀକ ତରିକା

ଭାରତୀୟ ମାନଙ୍କର ଖାଦ୍ୟାଭ୍ୟାସ ଓ ଜୀବନଶୈଳୀ ଏପରି ଯେ ଶରୀରର ଓଜନ ବଢ଼ିବା ସୁନିଶ୍ଚିତ। କରୋନା ମରହାମାରୀ ସମୟରେ ଲକଡାଉନ୍ କାରଣରୁ ଏହି ସମସ୍ୟା ବଢ଼ିଛି। ପେଟର ଚର୍ବି କମ୍‌କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ, କିନ୍ତୁ କିଛି ହଲୁକା ବ୍ୟାୟାମ ଦ୍ୱାରା ଇଚ୍ଛାକୃତ ଫଳାଫଳ ମିଳିପାରିବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଚାଲିବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଯଦି ଏହି ଅଭ୍ୟାସ ନିୟମିତ କରାଯାଏ, ତେବେ ଶରୀର ଓଜନକୁ କମାଇ ହେବ। ଚାଲିବା ଦ୍ୱାରା ଶରୀରରେ ଅନେକ କ୍ୟାଲୋରୀ କମିଯାଏ। ତଥାପି, ଚାଲିବା ସମୟରେ କିଛି ବିଶେଷ ଜିନିଷର ଧ୍ୟାନ ଦେବା ଉଚିତ୍। ତାହେଲେ ଯାଇ ଆପଣଙ୍କ ଶରୀରର ଚର୍ବି କମିବ। ତାହେଲେ ଆସନ୍ତୁ ଜାଣିବା ମର୍ଣ୍ଣିଙ୍ଗ ୱାକ୍‌ କରିବାର କିଛି ସଠୀକ ତରିକା

* ଯଦି ଆପଣ ଶୀଘ୍ର ଓଜନ କମାଇବାକୁ ଚାହାଁନ୍ତି, ତେବେ ଧୀର ଚାଲିବା ପରିବର୍ତ୍ତେ ବଡ଼ ଜୋର୍‌ ଚାଲନ୍ତୁ, ଏହା ପେଟର ଚର୍ବିକୁ ଶୀଘ୍ର କମାଇବ।

* ସାଧାରଣତଃ ସମସ୍ତେ ବଡ଼ ଜୋର୍‌ ଚାଲିବାରେ ଅଭ୍ୟସ୍ତ ନୁହଁନ୍ତି, ତେଣୁ ଆରମ୍ଭ ଧୀର ଚାଲିବାରୁ କରନ୍ତୁ ଏବଂ ପରେ ଧୀରେ ଧୀରେ ବେଗ ବଢାନ୍ତୁ।

* ଯଦି ନିୟମିତ ଆପଣ ବଡ଼ ଜୋର୍‌ ଚାଲନ୍ତି, ତେବେ ଶରୀରର ଚର୍ବି ଏବଂ ଅନାବଶ୍ୟକ କୋଲେଷ୍ଟ୍ରଲ୍ର ଶୀଘ୍ର କମିଯାଏ।

* ସକାଳ ଚାଲିବା ସମୟରେ ଅଣ୍ଟାକୁ ସିଧା ରଖି ଚାଲନ୍ତୁ, ନଚେତ୍ ଶରୀରରେ ଏକ ଯନ୍ତ୍ରଣା ହୋଇପାରେ।

* ଯଦି ଆପଣ ବିଶ୍ରାମ ନେବାକୁ ଚାହୁଁଛନ୍ତି, ତେବେ ଅତି କମରେ ୧୫ ମିନିଟ୍ ବଡ଼ ଜୋର୍‌ ଚାଲିବା ପରେ ବିଶ୍ରାମ ନିଅନ୍ତୁ।

* ଯଦି ଆପଣ ଓଜନ ହ୍ରାସ କମାଇବାକୁ ଚାହାଁନ୍ତି, ତେବେ ପ୍ରତିଦିନ ସକାଳେ ଅତି କମରେ ୩୦ ମିନିଟ୍‌ ବଡ଼ ଜୋର୍‌ ଚାଲନ୍ତୁ।

Show More

Related Articles

Back to top button