ଦେଶ ବିଦେଶବାଣିଜ୍ୟ

5-G ଲଞ୍ଚିଂ ପାଇଁ ଏୟାରଟେଲ ଏବେ ପ୍ରସ୍ତୁତ

ପ୍ରଦର୍ଶିତ କଲା ‘ଲୋ ଲେଟେନ୍ସୀ’ କ୍ଷମତା

ଦେଶରେ ଫାଇଭ-ଜି ମୋବାଇଲ ସେବା ଯୋଗାଇ ଦେବାକୁ ଏୟାରଟେଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଗୁରୁବାର ଘୋଷଣା କରିଛି। ଏଥିଲାଗି କମ୍ପାନୀ ଲୋ ଲେଟେନ୍ସୀ କ୍ଷମତାର ମଧ୍ୟ ପ୍ରଦର୍ଶନ କରିଛି। ଲୋ ଲେଟେନ୍ସୀ ବହୁତ କମ ସମୟରେ ବିପୁଳ ପରିମାଣରେ ଡାଟା ଷ୍ଟ୍ରିମ କରିବାରେ ସହାୟକ ହୋଇଥାଏ। ହରିୟାଣାର ମାନସେରସ୍ଥିତ ଏୟାରଟେଲ ନେଟୱାର୍କ ଏକ୍ସପିରିଏନ୍ସ ସେଣ୍ଟରରେ ଏହି ପ୍ରଦର୍ଶନ କରାଯାଇଛି। ଏଥିରେ କିଛି ଆଇଓଟି ସମାଧାନ ଯେପରିକି କ୍ଲାଉଡ ଗେମିଂ, ପିନ୍ଧିହେଉଥିବା ଡିଭାଇସ ଯାହା ଜରିଆରେ କୌଣସି ଠାରେ ମଧ୍ୟ କାମ ଆକ୍ସେସ୍ କରିପାରିବା ଓ ଗୋଦାମରେ ଷ୍ଟୋର ପରିଚାଳନା ନିମନ୍ତେ ଡ୍ରୋନ ଆଦିର ପରିଚାଳନା ପ୍ରଦର୍ଶନ କରାଯାଇଥିଲା। ଏଥିରେ ଏୟାରଟେଲ ଇମର୍ସିଭ ଭିଡିଓ ଅଭିଜ୍ଞତା ସହ ପୂର୍ବତନ କ୍ରିକେଟର କପିଲ ଦେବଙ୍କ ପାଇଭ-ଜି ସଞ୍ଚାଳିତ ହଲୋଗ୍ରାମର ମଧ୍ୟ ପ୍ରଦର୍ଶନ କରିଛି। କୁହାଯାଏ ୧୯୮୩ କ୍ରିକେଟ ବିଶ୍ୱକପ କାଳରେ କପିଲ ଦେବ ଜିମ୍ବାୱେ ବିରୋଧରେ ନଟଆଉଟ୍ ୧୭୫ ରନ କରିଥିଲେ। ତେବେ ସେତେବେଳେ ଟିଭି ଟେକ୍ନିସିୟାନଙ୍କ ହରତାଳ ଯୋଗୁ ଏହି ମ୍ୟାଚ୍‌ର କୌଣସି ଭିଡିଓ ଫୁଟେଜ୍ ଏବେ ଉପଲବ୍ଧ ନାହିଁ।

ତେବେ କମ୍ପାନୀ ୧ ଜିବିପିଏସ୍(ଏକ ଜିବି ପ୍ରତି ସେକେଣ୍ଡ)ରୁ ଅଧିକ ବେଗରେ ଓ ୨୦ ଏମଏସରୁ ବି କମ୍ ଲେଟେନ୍ସୀରେ ୫୦ରୁ ଅଧିକ ୟୁଜର ଫାଇଭ ଜି ସ୍ମାର୍ଟ ଫୋନରେ ଏହି ମ୍ୟାଚ୍‌ର ଦ୍ୱିତୀୟବାର ପ୍ରସ୍ତୁତ କରାଯାଇଥିବା ୪ କେ ପିଏକ୍ସଏଲ ଭିଡିଓକୁ ବିନା ଦ୍ୱିଧାରେ ଦେଖିବାର ମଜା ନେଇଥିଲେ। ଏହି ମ୍ୟାଚ୍‌କୁ ପୁଣିଥରେ ଦେଖିବା ବେଳେ କେତେକ ୟୁଜର ବିଭିନ୍ନ କ୍ୟାମେରା ଆଙ୍ଗଲରୁ ପୁଣି ଥରେ ୩୬୦ ଡିଗ୍ରି ଇନ ଷ୍ଟାଡିୟମ ଭ୍ୟୁରେ ରିଏଲଟାଇମ୍ ଏକ୍ସେସ କରିଥିଲେ। ଏଥିରୁ ଯାହା ଏବେ ଅନୁମାନ କରାଯାଉଛି ଆଗାମୀ ୨ ମାସରେ ୫-ଜି ସ୍ପେକ୍ଟ୍ରୁମର ନିଲାମ ହେବ ଓ ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ଏହି ଦ୍ରୁତ ସ୍ମାର୍ଟଫୋନ ସେବା ଆରମ୍ଭ ହୋଇଯିବ।

Show More

Related Articles

Back to top button