Breaking PLUSମୁଖ୍ୟ ଖବରସ୍ୱାସ୍ଥ୍ୟ

କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ?

ନିୟମିତ ପିଅନ୍ତୁ ଏହି ୩ଟି ପାନୀୟ

କିଡନୀ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଯାହା ଆପଣଙ୍କୁ ଶରୀରରେ ଥିବା ମଇଳା ସଫା କରିବାରେ ସାହାଯ୍ୟ କରିଥାଏ । କେବଳ ଏତିକି ନୁହେଁ, ରକ୍ତରେ ଥିବା ମଇଳା ସଫା କରିବାରେ ମଧ୍ୟ ଏହା ପ୍ରଭାବଶାଳୀ ଅଟେ । ଏପରି ପରିସ୍ଥିତିରେ, ଯଦି କିଡନୀ ସଠିକ୍ ଭାବରେ କାମ ନକରେ, ତେବେ ଅନେକ ସମସ୍ୟାର ଆଶଙ୍କା ଥାଏ । ତେଣୁ କିଡନୀକୁ ସଫା ଏବଂ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ । ଯଦି ଆପଣ କିଡନୀକୁ ସୁସ୍ଥ ରଖିବାକୁ ଚାହାଁନ୍ତି। ତେବେ ଲେମ୍ବୁ ଖାଆନ୍ତୁ। ଲେମ୍ବୁ ଖାଇବା ଦ୍ୱାରା କିଡନୀରେ ଥିବା ମଇଳା ସଫା ହୋଇଯାଏ ।କିଡନୀକୁ ସୁସ୍ଥ ରଖିବା ପାଇଁ ଲେମ୍ବୁ କିପରି ଖାଇବେ ଆସନ୍ତୁ ଜାଣିବା ।

ପୁଦିନା ଲେମ୍ବୁ ପାଣି-

କିଡନୀକୁ ସୁସ୍ଥ ରଖିବା ପାଇଁ ପୁଦିନା ଏବଂ ଲେମ୍ବୁରୁ ପ୍ରସ୍ତୁତ ପାନୀୟ ଗୁଡିକ ପିଇ ପାରିବେ। ଏହି ପାନୀୟ ପ୍ରସ୍ତୁତ କରିବାକୁ ଏକ ଗ୍ଲାସ୍ ପାଣି ନିଅନ୍ତୁ । ସେଥିରେ ଲେମ୍ବୁ ରସ, କିଛି ପୁଦିନା ପାଣି ଏବଂ କିଛି ଚିନି ମିଶାଇ ଭଲ ଭାବରେ ମିଶାନ୍ତୁ । ଏହି ପାନୀୟ ପିଇବା ଦ୍ଵାରା ଆପଣଙ୍କ କିଡନୀ ସୁସ୍ଥ ରହିଥାଏ।

 

ଲେମ୍ବୁ ପାଣି-

ଯଦି ଆପଣ ଟିକେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଭଲ ପାଆନ୍ତି, ତେବେ ମସାଲା ଲେମ୍ବୁ ପାଣି ପିଅନ୍ତୁ। ଏହା ଆପଣଙ୍କ କିଡନୀକୁ ସୁସ୍ଥ ରଖିବ । ଏହି ପାନୀୟ ପ୍ରସ୍ତୁତ କରିବାକୁ, ଏକ ଗ୍ଲାସ୍ ନିଅନ୍ତୁ । ଲେମ୍ବୁ ରସ, ଜିରା-ଧନିଆ ପାଉଡର, ଚାଟ ମସାଲା ଏବଂ ସୋଡା ପାଣି ମିଶାଇ ଭଲ ଭାବରେ ମିଶାନ୍ତୁ । ବର୍ତ୍ତମାନ ଏହି ପ୍ରସ୍ତୁତ ପାନୀୟ ପିଅନ୍ତୁ ।

ନଡିଆ ସିକାଞ୍ଜୀ-

କିଡନୀକୁ ସୁସ୍ଥ ରଖିବା ପାଇଁ ନଡ଼ିଆ ପାଣିରେ ପ୍ରସ୍ତୁତ ସିଙ୍କାଜୀ ପାଣି ପିଅନ୍ତୁ । ଏହାକୁ ପିଇବା ଦ୍ଵାରା କିଡନୀ ସୁସ୍ଥ ରହିବ । ଏହି ପାନୀୟ ପ୍ରସ୍ତୁତ କରିବ ପାଇଁ ଏକ ଗ୍ଲାସରେ ନଡିଆ ପାଣି ନିଅନ୍ତୁ । ଏହି ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।

Show More

Related Articles

Back to top button