Breaking PLUSଓଡ଼ିଶାମୁଖ୍ୟ ଖବର

ଜଗତସିଂହପୁର ସହର ନିକଟରେ ଗୁଳିକାଣ୍ଡ

ଦୁଇ ଗୁରୁତର

ଜଗତସିଂହପୁରରେ ଗୁଳିକାଣ୍ଡ । ଏଥିରେ ପୀତବାସ ଦାସ ଓ ଅବିନାଶ ଦାସ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଜଗତସିଂହପୁର ସହର ଠାରୁ ପ୍ରାୟ ୩କିମି ଦୂରରେ ଥିବା ତରଡ଼ାପଡ଼ାର ମଜୁରାଇ ଛକ ନିକଟରେ କୌଣସି କଥାକୁ ନେଇ ଗୁଳିକାଣ୍ଡ ହୋଇଛି ।

ଯେଉଁଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରୁ ଦୁଇ ଗୁରୁତରଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଏବେ ଯାଏଁ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Show More

Related Articles

Back to top button