ସ୍ୱାସ୍ଥ୍ୟ

ୟୁରିକ ଏସିଡ଼ି ଲେବୁଲକୁ ପ୍ରାକୃତିକ ଭାବରେ ନିୟନ୍ତ୍ରିତ କରିବା ପାଇଁ ଏହିସବୁ ଖାଦ୍ୟକୁ ପ୍ରତେକ ଦିନ ସେବନ କରନ୍ତୁ

ରକ୍ତରେ ଉଚ ମାନର ୟୁରିକ ଏସିଡ଼ି ଲେବୁଲ ରହିବ ଦ୍ୱାରା ଶରୀରର ବିଭିନ୍ନ ଅସୁବିଧା ହୋଇଥାଏ l ଏହା ଏକ ଗମ୍ଭୀର ଭାବରେ ଆଜିକାଲି ଗ୍ରହଣ କରାଯାଉଛି ,ଦୀର୍ଘ ସମୟଧରି ଶରୀରରେ ୟୁରିକ ଏସିଡ଼ି ରହିବା କ୍ଷତିକାରକ ଅଟେ

ଏହାକୁ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ କାରଣ ୟୁରିକି ଏସିଡ଼ି ଅଧିକ ବଢିବା ଦ୍ୱାରା କିଡ୍ନୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥାଏ l ୟୁରିକି ଏସିଡ଼ି ବଢିଲେ ଯେପରିକି ତ୍ୱଚା କୁଣ୍ଡାଇ ହେବା ଓ ଗଣ୍ଠି ଦରଜ ପ୍ରଭୃତି ସଂକେତ ଦେଖା ଦେଇଥାଏ ଯାହାକୁ ଅଣଦେଖା କରିବା ଉଚିତ ନୁହେଁ l ପ୍ରାକୃତିକ ଉପାୟରେ ମଧ୍ୟ ଏହାକୁ ଦୁରକରାଯାଇ ପାରିବ l

* ଉଚ ୟୁରିକ ଏସିଡ଼ି ରହୁଥିଲେ ତାହାକୁ କମ କରିବା ପାଇଁ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ l ପ୍ରାୟ ପ୍ରତେକ ଦିନ ୮ ଗ୍ଲାସ ପାଣି ପିଇଲେ ଆପଣଙ୍କର ଉଚ ସ୍ତରର ୟୁରିକି ଏସିଡ଼ି ନିୟନ୍ତ୍ରିତ ହୋଇ ପାରିବ l

* ଲେମ୍ବୁ ରସରେ ଭିଟାମିନ-ସି ରହିଛି l ଏହା ଅମ୍ଳୀୟ ପ୍ରକୃତିର ହୋଇଥିବା କାରଣରୁ ୟୁରିକି ଏସିଡିର ସ୍ତରକୁ ନିଯ୍ୟାତରିତ କରିବା ପାଇଁ ସାହାଯ୍ୟ କରିଥାଏ l ତେଣୁ ପ୍ରତେକ ଦିନ ଲେମ୍ବୁ ରସ ଖାଇବା ଉଚିତ l

* ବିଶେଷ କରି ହାଇ ପ୍ରୋଟିନ ଯୁକ୍ତ ଖାଦ୍ୟ ଯେପରିକି ରେଡ ମିଟ ପ୍ରଭୃତି ଠାରୁ ଦୁରେଇ ରହିବ ଉଚିତ l ସେଭଳି ସ୍ତରରେ ଆପଣ ସୋୟାବିନ ଖାଇ ପାରିବେ ଯାହା ଆପଣଙ୍କର ୟୁରିକି ଏସିଡ଼ି ସ୍ତରକୁ ନିୟନ୍ତ୍ରିତ କରିବ l

 

* ୟୁରିକି ଏସିଡ଼ି ସ୍ତରକୁ ସ୍ୱାଭାବିକ ଭାବରେ କମ କରିବା ପାଇଁ ଭିଟାମିନ-ଇ ଓ ସି ଜାତୀୟ ଖାଦ୍ୟ ଉଚ ମାତ୍ରାରେ ସେବନ କରିବା ଉଚିତ l ଏହାଦ୍ୱାରା ଆପଣଙ୍କ ୟୁରିକି ଏସିଡିର ସ୍ତର ନିୟନ୍ତ୍ରିତ ରହିବ l

* ୟୁରିକି ଏସିଡ଼ିକୁ ନିୟନ୍ତ୍ରିତ କରିବା ପାଇଁ ଉଚ ଫାଇବର ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ l ଫଳ ଗୁଡିକ ଭିତରେ ନସ୍ପତି ଓ ସେଓ ଅଧିକ ଲାଭ ଦେଇଥାନ୍ତି l ପାରିବ ମାନଙ୍କ ମଧ୍ୟରେ ଲାଉ ,କଖାରୁ ଓ ଜହ୍ନି ଭଳି ପରିବା ଗୁଡିକ ରକ୍ତରେ ୟୁରିକି ଏସିଡିର ସ୍ତରକୁ ପ୍ରାକୃତିକ ଭାବରେ ନିୟନ୍ତ୍ରିତ କରିଥାନ୍ତି l

* ୟୁରିକି ଏସିଡିର ସ୍ତର ନିୟନ୍ତ୍ରିତ କରିବା ପାଇଁ ଗବେଷକ ମାନେ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି l କାରଣ ଦୈନଦିନ ଖାଦ୍ୟରେ ପୋଟାସିୟମ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ୟୁରିକି ଏସିଡ଼ି ଚମତ୍କାର ଭାବରେ ନିୟନ୍ତ୍ରିତ ହୋଇଥାଏ l

Show More

Related Articles

Back to top button