ସ୍ୱାସ୍ଥ୍ୟ

ଶରୀରରେ ଅକ୍ସିଜେନ ସ୍ତର କମିଲା ବୋଲି ଆପଣ କିପରି ଜାଣିବେ

ବର୍ତ୍ତମାନ ସାରା ଦେଶରେ କରୋନା ପାଇଁ ହାହା କାର ଛାଇ ଯାଇଛି l ଲୋକମାନେ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି l ବର୍ତମାନ କରୋନା ର ଯେଉଁ ଲହର ଆସିଛି ସେଥିରେ ଭେଣ୍ଟିଲେଟର ର ଅଧିକ ଆବଶ୍ୟକତା ପଡୁଛି

ରୋଗୀମାନେ ଡାକ୍ତରଖାନା ରେ ପହଂଚି ମଧ୍ୟ ଜୀବନ ହରାଉଛନ୍ତି l କାରଣ ସେମାନଙ୍କ ଶରୀରକୁ ସଠିକ ପରିମାଣରେ ଅକ୍ସିଜେନ ମିଳୁନାହିଁ lଘରେ ରହି ଚିକିତ୍ସିତ ହେଉଥିବା ରୋଗୀମାନେ ଜାଣିବା ଆବଶ୍ୟକ ଯେ ତାଙ୍କ ଶରୀରରୁ ଅକ୍ସିଜେନ କମିଲେ ସେ କିପରି ଜାଣିବେ l ଆପଣ ଘରେ ଅକ୍ସି ମିଟର ରଖନ୍ତୁ ଓ ମଝିରେ ମଝିରେ ଅକ୍ସିଜେନ ସ୍ତରକୁ ଚେକ କରନ୍ତୁ ,ଯଦି ଆପଣଙ୍କ ନିକଟରେ ଅକ୍ସି ମିଟର ନାହିଁ ତେବେ କିଛି ତଥ୍ୟ ଆଧାରରେ ଆପଣ ଡାକ୍ତରଖାନା ଯାଇ ନିଜର ଅକ୍ସିଜେନ ସ୍ତରକୁ ଯାଞ୍ଚ କରିବେ l

କଣ କହୁଛି ଗବେଷଣା –

* ଯଦି ଶରୀରରେ ଅକ୍ସିଜେନ ସ୍ତର କମିଯାଏ ତେବେ ଶରୀରର ରଙ୍ଗ ନୀଳ ହୋଇଯାଏ ଓ ଓଠ ମଧ୍ୟ ନୀଳ ପଡ଼ିଯାଏ l ପ୍ରକୃତରେ ସ୍ୱାସ୍ଥ୍ୟକର ଅକ୍ସିଜେନ ରକ୍ତ ଉପରେ ପ୍ରଭାବ ପକାଇଥାଏ l ଯେଉଁ କାରଣରୁ ତ୍ୱଚା ଚମକ ପ୍ରଦ ହୋଇଥାଏ l ଅକ୍ସିଜେନ ସ୍ତର ସେଇଭଳି କମିବା ଦ୍ୱାରା ତ୍ୱଚାର ରଙ୍ଗ ଉପରେ ପ୍ରଭାବ ପକାଇଥାଏ l

* ଅକ୍ସିଜେନ ସ୍ତର କମିବା ଦ୍ୱାରା ପ୍ରଶ୍ୱାସ ନେବାକୁ କଷ୍ଟ ହୋଇଥାଏ ,ଛାତିରେ ଯନ୍ତ୍ରଣା ,ଶରୀର ବେସ୍ତ ଲାଗିବା ସହିତ ମୁଣ୍ଡ ବିନ୍ଧା ହୋଇଥାଏ l ଯଦି ଏପରି ଲକ୍ଷଣ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l

* ଯଦି ଆପଣଙ୍କ ଶରୀରର ଅକ୍ସିଜେନ ସ୍ତର ୯୧ ରୁ ୯୪ ରହିଲେ ଆମକୁ ପ୍ରୋନିଂ ଏକ୍ସରସାଇଜ କରିବା ଆବଶ୍ୟକ ନଚେତ ପେଟେଇ ହୋଇ ସୋଇ ଦୀର୍ଘ ନିଶ୍ୱାସ ନେବା ଆବଶ୍ୟକ l ୯୦ ରୁ ଆପଣଙ୍କ ଅକ୍ସିଜେନ ସ୍ତର କମିବା ଆପଣଙ୍କ ପାଇଁ ବିପଦ ଅଟେ l

* ନିଜକୁ ସୁସ୍ଥ ରଖିବା ପାଇଁ ନିୟମିତ ବ୍ୟାୟାମ ,ଯୋଗାସନ ,ପୋଷକତତ୍ୱରେ ଭରପୁର ଖାଦ୍ୟ ସହିତ ଅବସାଦ ମୁକ୍ତ ଜୀବନ ଅତିବାହିତ କରିବା ଆବଶ୍ୟକ l

Show More

Related Articles

Back to top button