ସ୍ୱାସ୍ଥ୍ୟ

ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ ଏହିସବୁ ଖାଦ୍ୟପଦାର୍ଥକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ

ଆଜିକାଲିର ଜୀବନ ଚର୍ଯ୍ୟା ଓ ମହାମାରୀ ସମୟରେ ପ୍ରାୟ ସମସ୍ତ ଲୋକଙ୍କର ରକ୍ତଚାପ ସମସ୍ୟା ଏକ ସାଧାରଣ ସମସ୍ୟା ହୋଇ ଗଲାଣି l ଏହାକୁ ହାଇପର ଟେନ୍ସନ କହାଯାଉଛି l ଆଜିକାଲି ଉଚ ରକ୍ତଚାପ ସମସ୍ୟା ପ୍ରତେକ ବର୍ଗର ବ୍ୟକ୍ତିଙ୍କ ପାଖରେ ଦେଖିବାକୁ ମିଳୁଛି

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣା ପଡିଛି ଯେ ଭାରତରେ ବୟସ ପୂର୍ବରୁ ହେଉଥିବା ମୃତ୍ୟୁର କାରଣ ଉଚ ରକ୍ତଚାପ ଅଟେ l ଏହାକୁ ସଠିକ ସମୟରେ ଧ୍ୟାନ ଦେଇ ଉପଚାର କରି ପାରିଲେ ଏଡାଯାଇ ପାରିବ l ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଅଧିକାଂଶ ଲୋକ ଔଷଧ ଉପରେ ନିର୍ଭର ଶିଳ କିନ୍ତୁ ଗବେଷକ ମାନଙ୍କ ମତରେ ପ୍ରାକୃତିକ ଖାଦ୍ୟ ଦ୍ୱାରା ରକ୍ତଚାପକୁ ନିୟନ୍ତ୍ରଣ କରାଯାଇ ପାରିବ l

* ସବୁଜ ପାନିପରିବାରେ ଫାଇବର ,ମ୍ୟାଗନେସିୟମ ,ଭିଟାମିନ-ଏ ଓ ସି ସହିତ ଅନେକ ଗୁଡିଏ ପୋଷକତତ୍ୱ ଭାରି ରହିଛି l ପ୍ରତେକ ଦିନ ପନିପରିବା ସେବନ କରିବା ଦ୍ୱାରା ମଣିଷ ଶକ୍ତିପୂର୍ଣ୍ଣ ରହିଥାଏ l ଉଚ ରକ୍ତଚାପ ଏବଂ ହୃଦୟ ସମ୍ବଧୀୟ ରୋଗ ଆମ ଶରୀର ଠାରୁ ଦୁରେଇ ଯାଇଥାଏ l

* ଅମେଗା ଥ୍ରୀ ଫ୍ୟାଟି ଏସିଡ଼ିକୁ ଉଭୟ ହୃତପିଣ୍ଡ ଓ ରକ୍ତଚାପ ପାଇଁ ହିତକର ବୋଲି କୁହାଯାଏ l ଶରୀରରେ ଏହାକୁ ପୁରାଣ କରିବା ପାଇଁ ସେଲମନ ମାଛ ଗୋଟିଏ ଭଲ ବିକଳ୍ପ ଅଟେ l ଏହି ଫ୍ୟାଟ ଶରୀରକୁ ଯାଇ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ରକ୍ତ କୋଷିକା ଗୁଡିକୁ ମଧ୍ୟ ସୁସ୍ଥ ରଖିଥାଏ l

* ଖଟା ଫଳ ଯେପରିକି ଲେମ୍ବୁ ,କମଳା ,ଅଙ୍ଗୁର ଆଦି ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଲାଭ ଦାୟକ ଅଟନ୍ତି l ଅନେକ ପ୍ରକାରର ଭିଟାମିନ ଓ ମିନେରାଲରେ ଭରପୁର ଫଳ ରକ୍ତ ଚାପକୁ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଠାରୁ ଦୁରେଇ ଦିଅନ୍ତି l

* ଫୁଲକୋବିରେ ସଲଫରଫେନ ରହିଛି ଯାହା ଉଚ ରକ୍ତଚାପକୁ କମ କରିଥାଏ ଓ ରକ୍ତ ଧମନୀ ଗୁଡିକୁ ସୁସ୍ଥ ରଖିଥାଏ l

* କଖାରୁ ମଞ୍ଜିରେ ମ୍ୟାଗନେସିୟମ ,ପୋଟାସିୟମ ଓ ଆମିନୋ ଏସିଡ ରହିଛି l ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଅଟେ l କଖାରୁ ମଞ୍ଜିର ଔଷଧୀୟ ତେଲ ସେବନ କରିବା ଦ୍ୱାରା ଉଚ ରକ୍ତଚାପ ସମସ୍ୟା ଦୂରୀ ଯାଇଥାଏ ବୋଲି ଗବେଷଣାରୁ ଜଣା ପଡିଛି l

Show More

Related Articles

Back to top button