ଦେଶ ବିଦେଶ

କଣ ଆପଣଙ୍କୁ ଏକା ସାଙ୍ଗେ କୋଭିଡ ଓ ବ୍ଲାକ ଫଙ୍ଗସ ହେଇପାରେ କି ?

ଆସନ୍ତୁ ଜାଣିବା କଣ ହେବାର ସମ୍ଭାବନା ଥାଏ

ସାରାଦେଶ କରୋନା ଭାଇରସ ସାଙ୍ଗେ ଲଢୁଥିବାବେଳେ ଭାରତ ବର୍ତମାନ କୋଭିଡି 19 କେସରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଅଛି l ସାରାଦେଶରେ ଦ୍ୱିତୀୟ ୱେଭ ପ୍ରବେଶ କରିଥିବାବେଳେ ଏପ୍ରିଲ ମାସରେ ରେକର୍ଡ ସଂଖ୍ୟକ କରୋନା ସଂକ୍ରମଣ ବ୍ୟାପିବାର ଦେଖାଯାଇଥିଲା l ଏହି ଦ୍ୱିତୀୟ ୱେଭ ଦେଶରେ ପ୍ରବେଶ କଲାପରେ ବହୁତ ଜୀଵନ ଯାଇଥିବାବେଳେ ଭାରତର ସ୍ୱାସ୍ଥ୍ୟ ସେବା ଉପରେ ଗୁରୁତ୍ତର ପ୍ରଭାବ ପଡ଼ିବାର ଦେଖାଯାଇଥିଲା l କରନା ତାର ଦ୍ୱିତୀୟ ଲହରର ତାଣ୍ଡବ ଦେଖାଉଥିବାବେଳେ ବର୍ତମାନ ସାମ୍ନାକୁ ପୁଣି ଗୋଟେ ନୂଆ ଭାଇରସ ଦେଖିବାକୁ ମିଳିଛି l ଯାହାକୁ ଆମେ ବ୍ଲାକ ଫଙ୍ଗସ ବୋଲି କହୁଛୁ l ମ୍ୟୁକୋଫଙ୍ଗଶିଶ ଯାହାକୁ ଆମେ ବ୍ଲାକ ଫଙ୍ଗସ ନାମରେ ଜାଣିଥାଉ , କରନା ସହିତ ମଧ୍ୟ ଏହାର ସାମଞ୍ଜସ୍ୟ ରହିଛି l

ଆଶ୍ଚର୍ଯ୍ୟର କଥା ହେଲା ଆପଣ ଏକା ସାଙ୍ଗରେ ବ୍ଲାକ ଫଙ୍ଗସ ଓ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇ ପାରନ୍ତି l ଖାସକରି ସେହି ଲୋକ ମାନଙ୍କୁ ଯେଉଁମାନେ ଗମ୍ଭୀର ସ୍ୱାସ୍ଥ୍ୟ ସ୍ଥିତିରେ ଆଇସିୟୁ ରେ ରହିଛନ୍ତି କିମ୍ବା ଯେଉଁମାନେ ମଧୁମେହ ଏଚଆଇଭି ରହିଛି l

କରୋନା ସହିତ ଫଙ୍ଗସ ସଂକ୍ରମଣ ହେବାର ଲକ୍ଷଣ
ଅଧିକାଂଶ ମାମଲା ରେ କରୋନା ସଂକ୍ରମଣ ପରେ ଏହି ସଂକ୍ରମଣ ହୋଇଥାଏ l ଭାରତ ରେ ବ୍ଲାକ ଫାଙ୍ଗସ ର ଅନେକ ମାମଲା ଆସିଛି l ଏହି ଲକ୍ଷଣ ଗୁଡିକୁ ଧ୍ୟାନ ଦିଅନ୍ତୁ –
ଜ୍ୱର , ଥଣ୍ଡା ଲାଗିବା ,ନାକରୁ ପାଣି ବୋହିବା ,ମୁଣ୍ଡବିନ୍ଧା , ନିଶ୍ୱାସ ନେବାକୁ କଷ୍ଟ ହେବା ପ୍ରଭୃତି ଲକ୍ଷଣ ଦେଖା ଯାଇଥାଏ l
ଫଙ୍ଗଲସଂକ୍ରମଣ ପ୍ରକୋପରେ ଜ୍ୱର ସହିତ କରୋନା ମଧ୍ୟ ହୋଇପାରେ l ଫଙ୍ଗଲ ସଂକ୍ରମଣ ବାୟୁରେ ନିଶ୍ୱାସ ନେବା ଦ୍ୱାରା ହୋଇଥାଏ l
ଏସ୍ସିରଗିଲସିସ :ଏହି ଜିନ ର କାରଣରୁ ଫୁସଫୁସ ଜନିତ ରୋଗର ଫିଉମିଗେଟ୍ସ ନାମକ ଭୁତାଣୁ ବିଶେଷ ଭାବରେ ଛୋଟ ବୃକ୍ଷ ଓ ମାଟିରୁ ବ୍ୟାପିଥାଏ l
ଇନ ବେସିବ କ୍ୟାଣ୍ଡିଡ଼ଆଶିଷ : ଏହା କ୍ୟାଣ୍ଡିଡ଼ ଆରସିସ କାରଣରୁ ହୋଇଥାଏ l ସବୁଠାରୁ ସାଧାରଣ ଲକ୍ଷଣ ହେଲା ଜ୍ୱର ଓ ଥଣ୍ଡା ଲାଗିବା ଯାହା ସାଧାରଣ ଆଣ୍ଟିବାୟୋଟିକ ଚିକିତ୍ସା ଦ୍ୱାରା ଠିକ ହୋଇନଥାଏ l ଏହା ମୃତ୍ୟୁର କାରଣ ହୋଇପାରେ l
ମ୍ୟୁକମିର୍କସିସ କିମ୍ବା ଫଙ୍ଗଲ: ଏହି ଭୁତାଣୁ ସମଗ୍ର ବାତାବରଣ ରେ ରହିଥାଏ l ଏହା ସେହି ଲୋକଙ୍କୁ ପ୍ରଭାବିତ କରିଥାଏ ଯେଉଁ ମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହୁଛି l ଯେଉଁମାନେ ଅନ୍ୟ କୌଣସି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ଔଷଧ ଖାଇ ଥାଆନ୍ତି ସେମାନଙ୍କର ରୋଗ ପ୍ରତିରୋଧକ କ୍ଷମତା କମି ଯାଇଥାଏ l

Show More

Related Articles

Back to top button