Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେଶରେ ରେକର୍ଡ ଭାଙ୍ଗୁଛି କରୋନା, ଗତ ୨୪ ଘଣ୍ଟାରେ ୪ ହଜାର ୫୨୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଦେଶରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷରୁ ଖସି ଏବେ ୩ ଲକ୍ଷ ତଳେ ରହିଛି । ସଂକ୍ରମଣ ଯେଉଁ ହାରରେ ହ୍ରାସ୍ ପାଇଛି ସେହି ହାରରେ ମୃତ୍ୟୁଦର ଖସୁନି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ଏହା ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି । ୧୭ ତାରିଖରେ ୪ ହଜାର ୨୩୯ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଥିଲେ ।

ଦୈନିକ ସଂକ୍ରମଣ ଅପେକ୍ଷା ଦିନକରେ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦେଶେର ୨ ଲକ୍ଷ ୬୭ ହଜାର ୩୩୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩ ଲକ୍ଷ ୮୯ ହଜାର ୮୫୧ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ୪ ହଜାର ୫୨୯ ଜଣଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button