Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁଅ ତଥା ପୂବର୍ତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ

ବାପାଙ୍କ ପରେ ପରେ ଚାଲିଗଲେ ପୁଅ । ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଏକାଦଶାହରେ ଚାଲିଯାଇଛନ୍ତି ତାଙ୍କ ପୁଅ ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର । କରୋନାରେ ଆକ୍ରାନ୍ତ ହେବା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ରଘୁନାଥ ମହାପାତ୍ରଙ୍କ ଗତ ୯ ତାରିଖରେ ପରଲୋକ ହୋଇଥିଲା ।

ବାପାଙ୍କ ପରେ ପରେ ଚାଲିଗଲେ ପୁଅ । ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର ଏକାଦଶାହରେ ଚାଲିଯାଇଛନ୍ତି ତାଙ୍କ ପୁଅ ପୂର୍ବତନ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ର । କରୋନାରେ ଆକ୍ରାନ୍ତ ହେବା ପରେ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା ।
ରଘୁନାଥ ମହାପାତ୍ରଙ୍କ ଗତ ୯ ତାରିଖରେ ପରଲୋକ ହୋଇଥିଲା । ଆଉ ଏହାର ଠିକ ଏଗାରଦିନ ପରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା । ୧୯୯୦ ମସିହାରେ ସେ ବିହାର ବିରୋଧରେ ନିଜର ରଣଜୀ କ୍ୟାରିୟର ଆରମ୍ଭ କରିଥିଲେ । ପରେ ସେ ଦୁଲ୍ଲୀପ ଟ୍ରଫି, ଦେଓଧର ଟ୍ରଫିରେ ଭାଗ ନେଇଥିଲେ । ତାମିଲନାଡୁ ବିରୋଧରେ ବି ସେ ୧୯ ବର୍ଷରୁ କମ୍ କ୍ରିକେଟ ଟୁର୍ଣ୍ଣାମେଂଟରେ ଭାଗ ନେଇଥିଲେ ।

Show More

Related Articles

Back to top button