ସ୍ୱାସ୍ଥ୍ୟ

ଛତୁ ଖାଇବାର ୫ଟି ଲାଭ, ଆସନ୍ତୁ ପଢିବା ସେ ବିଷୟରେ-

ଶୀତଦିନ ଆସିଗଲା ,ଆମେ ଏହି ଋତୁରେ ବିଭିନ୍ନ ପ୍ରକାରର ପନିପରିବା ସହିତ ଫଳ ମୂଳ ବଜାରରେ ଦେଖିବାକୁ ପାଇଥାଉ l କିନ୍ତୁ ଏହି ସହିତ ମଧ୍ୟ ଆଉ ଗୋଟିଏ ସ୍ୱାସ୍ଥ୍ୟକର ଖାଦ୍ୟ ଆମକୁ ସୀତା ଋତୁରେ ଖାଇବା ବଶ୍ୟକ ,ତାହା ହେଉଛି ଛତୁ l ଆପଣ ଛତୁକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି ,କିନ୍ତୁ ଏଥିରେ ଥିବା ପୋଷାକ ତତ୍ୱ ବିଷୟରେ ହୁଏତ କେହି ଜାଣି ନଥିବେ

ଛତୁର ଥିବା ବିଟା ଗ୍ଲୁକୋଜ କାରଣରୁ ଏହା ଆଣ୍ଟିଇନ୍ଫ୍ଲମେଟୋରି ଭାବରେ କାମ କରିବା ସହିତ କ୍ୟାନ୍ସର ପ୍ରତିରୋଧକ ମଧ୍ୟ ହୋଇଥାଏ l ହାବାର୍ଡ ବିଶ୍ୱ ବିଦ୍ୟାଳୟର ଗବେଷଣା ଅନୁସାରେ ସମସ୍ତ ପ୍ରକାରର ଛତୁର କମ କ୍ୟାଲୋରୀ ଓ ଫ୍ୟାଟ ରହିଥାଏ l ତା ସହିତ ଏଥିରେ ପ୍ରୋଟିନ ,ଭିଟାମିନ-ସି ,ଭିଟାମିନ-ବି ,ଭିଟାମିନ-ଡି ,ପୋଟାସିୟମ ,କପର ,ଫସଫରସ ,ସେଲେନିୟମ ଓ ଆଣ୍ଟିଆକ୍ସିଡେଣ୍ଟ ସହିତ ଅନ୍ୟ ପୋଷାକ ତତ୍ୱ ରହିଥିବାର ସୂଚନା ଦିଆଯାଇଛି l

* ଇମ୍ୟୁନିଟିକୁ ମଝବୁତ କରେ – ପର୍ଯ୍ୟାପ୍ତ ମାତ୍ରାରେ ପୋଷକତତ୍ୱ ରହିଥିବା କାରଣରୁ ଛତୁ ଆପଣଙ୍କ ଇମ୍ୟୁନିଟିକୁ ମଝବୁତ କରିଥାଏ l ଏଥିରେ ଥିବା ଆଣ୍ଟିଆକ୍ସିଡେଣ୍ଟ ଓ ଫାଇଟୋ କେମିକାଲ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିବା ସହିତ ଋତୁକୁ ନେଇ ହେଉଥିବା ରୋଗ ଗୁଡିକୁ ମଧ୍ୟ ଆମଠାରୁ ଦୁରେଇ ରଖେ l ଛତୁ ସେବନ କରିବା ଦ୍ୱାରା ଓଜନ ବଢିବା ଓ ମୋଟାପଣର ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ଶରୀର ଓ ମସ୍ତିଷ୍କକୁ ସତେଜ ରଖେ -ଛତୁର ଥିବା ଆଣ୍ଟିଆକ୍ସିଡେଣ୍ଟ କେବଳ ମସ୍ତିସ୍କ ନୁହେଁ ଶରୀରକୁ ମଧ୍ୟ ସତେଜ ରଖେ l ମସ୍ତିଷ୍କର ଟିସୁ ଗୁଡିକୁ ସୁରକ୍ଷା ପରପ୍ରଦାନ କରିଥାଏ l ଗବେଷକ ମାନଙ୍କର ଗବେଷଣାରୁ ଜଣ ଯାଇଛି ଯେ ଛତୁ ଖାଇବା ଦ୍ୱାରା ଆମର ସ୍ମରଣ ଶକ୍ତି ମଧ୍ୟ ବଢିଥାଏ l ଏକ ଅଧୟନକୁ ଆଧାର କରି କୁହାଯାଇଛି ଛତୁ ପରିକିନ୍ସନ ଲିଯିମ ରୋଗକୁ ଦୁରେଇ ରଖିଥାଏ l

* ହାଡ଼କୁ ମଝବୁତ ରଖେ -ଛତୁର ଥିବା ଭିଟାମିନ-ଡି ,କ୍ୟାଲସିୟମ ,ପୋଟାସିୟମ ଓ ଫସଫରସ ହାଡ଼କୁ ନିର୍ମାଣ କରିବା ସହିତ ମଝବୁତ ରଖିବାରେ ସାହାଯ୍ୟ କରେ l ଆମେ ଛତୁକୁ ଆମ ଖାଦ୍ୟରେ ସାମିଲ କରି ହାଡ ସାମ୍ବାଦିତ ରୋଗ ଯେପରି କି ଅଷ୍ଟିଓ ପୋରସିସ ରୋଗରୁ ଦୁରେଇ ରଖିପାରିବ l

* ହଜମ ଶକ୍ତିକୁ ବଢ଼ିବାରେ ସାହାଯ୍ୟ କରେ – ଛତୁରେ ପ୍ଳିସେକରଇଡି ରହିଛି ଯାହା ପ୍ରିବାୟୋଟିକ ଭାବରେ କାମ କରିଥାଏ l ସେଥିପାଇଁ ଛତୁ ଖାଇବା ଦ୍ୱାରା ଆମର ହଜମ ଶକ୍ତିରେ ସୁଧାର ଆସିବା ଦ୍ୱାରା ପେଟ ମଧ୍ୟ ସୁସ୍ଥ ରହିଥାଏ l କିନ୍ତୁ ବର୍ଷା ଦିନେ ଛତୁ ଖାଇବା ଦ୍ୱାରା ହଜମ ଶକ୍ତି ଅସୁବିଧା ହୋଇଥାଏ ,ଆପଣ ବର୍ଷା ଦିନେ ଛତୁ କମ ଖାଇବା ଆବଶ୍ୟକ l

* ହୃତପିଣ୍ଡକୁ ସୁସ୍ଥ ରଖେ -ଛତୁର ଥିବା ଲୀନ ପ୍ଲାଣ୍ଟ ପ୍ରୋଟିନ କାରଣରୁ କେବଳ ଏଥିରେ କ୍ୟାଲୋରୀର ମାତ୍ରା କମ ହେବ ସହିତ ଫ୍ୟାଟ ମଧ୍ୟ କମ ରହିଥାଏ l ଏହି କାରଣରୁ ଆମର ରକ୍ତଚାପ ନିୟନ୍ତ୍ରଣ ରହିବା ସହିତ ହୃତପିଣ୍ଡ ସୁସ୍ଥ ରହିଥାଏ l ଗବେଷକ ମାନଙ୍କ ଗବେଷଣା ଅନୁସାରେ ଉଚ ରକ୍ତଚାପ ରୋଗୀମାନେ ସପ୍ତାହକୁ ଦୁଇଥର ଛତୁ ଖାଇବା ଆବଶ୍ୟକ l

Show More

Related Articles

Back to top button